sehbaz Photograph: (Kanak news)
କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ବିବାଦରେ ଲମ୍ପ ମାରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ବାଂଲାଦେଶକୁ ସମର୍ଥନ କରି ପୁଣି ଥରେ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି । ଆଇସିସ ଓ ବିସିସିଆଇକୁ ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି ସେ।ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ନେଇ ପିସିବି କୌଣସି ଆନୁଷ୍ଠାନିକ ମନ୍ତବ୍ୟ ଜାରି କରିବା ପରିବର୍ତ୍ତେ ଆଶ୍ଚର୍ଯ୍ୟଜନକ ଭାବେ ପାକିସ୍ତାନ ସରକାର ଟ୍ବିଟ୍ ମଧ୍ୟମରେ ଏହାର ସୂଚନା ଦେଇଥିଲେ। ଯାହା କ୍ରିକେଟ୍ ଦୁନିଆ ପାଇଁ ସମ୍ଭବତଃ ପ୍ରଥମ ଘଟଣା। ଏହା ସତ୍ତ୍ବେ ସରିଫ ଅଭ୍ୟାସଗତ ଭାବେ ଏଥିଲାଗି ଭାରତକୁ ଦାୟୀ କରିଛନ୍ତି।
ଭାରତ ବିରୋଧରେ କ୍ରିକେଟ୍କୁ ରାଜନୀତି ସହ ଯୋଡ଼ୁଥିବାର ଅଭିଯୋଗ ଆଣିଛନ୍ତି। ତା’ ସହ ବାଂଲାଦେଶ କ୍ରିକେଟ୍ ଦଳକୁ ବିଶ୍ବକପ୍ରୁ ବାହାର କରି ଆଇସିସି ଦୋମୁହାଁ ନୀତି ଅନୁସରଣ କରୁଛି। ବିସିସିଆଇର ଦାଦାଗିରିକୁ ସମର୍ଥନ କରି ବିଶ୍ବକ୍ରିକେଟ୍ ପାଇଁ ଆଇସିସି ବିପଦ ସୃଷ୍ଟି କରୁଥିବା ଭଳି ଅଭିଯୋଗ ମଧ୍ୟ କରିଛନ୍ତି ଶହବାଜ। ‘ଏକ୍ସ’ରେ ପ୍ରକାଶ କରିଥିବା ଭିଡିଓରେ ସେ କହିଛନ୍ତି, ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ନେଇ ଆମେ ଆମ ଅଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛୁ। ଆମେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବୁନି। କାରଣ ଖେଳ ପଡ଼ିଆରେ ରାଜନୀତିର କୌଣସି ସ୍ଥାନ ନାହିଁ। ଏହି ଭିଡିଓରେ ଶାହବାଜ ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସମ୍ବୋଧନ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ସେ ଆହୁରି କହିଛନ୍ତି, ଆମେ ଏକ ସନ୍ତୁଳିତ ଅଭିମୁଖ୍ୟ ନେଇଛୁ।
ଆହୁରି ପଢ଼ନ୍ତୁ... ଅଭିନବ ରଚିଲେ ଆଉ ଏକ ଇତିହାସ
ବାଂଲାଦେଶ ପଛରେ ଦୃଢ଼ ଭାବରେ ଛିଡ଼ା ହୋଇଛୁ। ମୋ ମତରେ ଏହା ଏକ ଅତ୍ୟନ୍ତ ପ୍ରଶଂସନୀୟ ନିଷ୍ପତ୍ତି । ସେପଟେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ଏକ ସାକ୍ଷାତକାରରେ ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଅତୀତର ଅନେକ ଦଳ ବିଶ୍ବକପ୍ର ମ୍ୟାଚ୍ ବର୍ଜନ କରିଛନ୍ତି। ଇଂଲଣ୍ଡ ମଧ୍ୟ ଏକଦା ଜିମ୍ବାୱେ ବିପକ୍ଷ ମ୍ୟାଚ୍ ଖେଳି ନଥିଲା। ଏଣୁ ପାକିସ୍ତାନ ନେଇଥିବା ନିଷ୍ପତ୍ତିରେ କୌଣସି ତ୍ରୁଟି ଥିଲା ଭଳି ମୋତେ ଲାଗୁନି ବୋଲି କହିଛନ୍ତି।
Follow Us