କନକ ବ୍ୟୁରୋ: ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛି ଭାରତ । ସେପଟେ ଚର୍ଚ୍ଚା ହେଉଛି ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ପାକିସ୍ତାନ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୭ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା । 

Advertisment

ସୂଚନା ଅନୁସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ହେମୋରୋଏଡ୍ସ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଛି । ସେ ହସ୍ପିଟାଲରେ ଥିବା ନେଇ ହସ୍ପିଟାଲର ଦସ୍ତାବିଜରୁ ସୂଚନା ମିଳିଛି । ଏହି ଦସ୍ତାବିଜରେ ଲେଖାଅଛି କି ପ୍ରଧାନମନ୍ତ୍ରୀଙ୍କ ବାବଦରେ ମିଡିଆଙ୍କୁ ସୂଚନା ନଦେବା ପାଇଁ । ହସ୍ପିଟାଲ ପକ୍ଷରୁ ବି ଏହି ଘଟଣାକୁ ସିକ୍ରେଟ ରଖିବାକୁ କୁହାଯାଇଛି ।