Pakistan Minister : ଅଣ୍ଟା ଭାଙ୍ଗିଲାଣି, ମୁହଁ ଫୁଟାଣି ଛାଡୁନି

ଅପରେସନ୍‌ ସିନ୍ଦୂରରେ ପାକିସ୍ତାନର କେତେ ଭୟଙ୍କର କ୍ଷତି ହୋଇଛି ସେନେଇ ଖୋଦ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ମାନିଛନ୍ତି

Pakistan-Target-India

Pakistan-Target-India Photograph: (kanak News)

କନକ ବ୍ୟୁରୋ: ଲଙ୍କାରେ ରାମ ରାମ । ଅର୍ଥାତ୍‌ ଆତଙ୍କୀଙ୍କ ବାପା ସାଜିଥିବା ପାକିସ୍ତାନ କହୁଛି ଆମକୁ ଶାନ୍ତି ଦରକାର । ଆମେ ଅସ୍ତ୍ରବିରତ କରୁନାହୁଁ ଯଦି ପଡ଼ୋଶୀ ଭାରତ ଅସ୍ତ୍ରବିରତି କରେ ତେବେ ଆମେ ଏଥର କଡ଼ା ଜବାବ ଦେବୁ । କଥାହେଲା, ପ୍ରତିଥର ପାକିସ୍ତାନ ହିଁ ଅସ୍ତ୍ରବିରତି କରେ । ଯାହାର ଜବାବ ଭାରତ ଦିଏ । ହେଲେ ଏଥର ଯେଉଁପରି ଭାବରେ ମୁହଁଫୁଟାଣି ଦେଖାଉଛି ପାକିସ୍ତାନ ତାହାକୁ ନେଇ ଜୋରଦାର ଚର୍ଚ୍ଚା ।

୧୭ ପର୍ଯ୍ୟନ୍ତ ଦୁଇ ଦେଶର ନିଷ୍ପତ୍ତି
ସୀମାରେ ହେବନି ଅସ୍ତ୍ରବିରତି
ହେଲେ ପାକିସ୍ତାନ ନିୟମ ମାନେନି

ପହଲଗାମ୍‌ ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ଉପରେ କଡ଼ା ଆକ୍ସନ ନେବାକୁ ପୂରା ଦେଶରେ ଦାବି ହୋଇଥିଲା । ମୋଦୀ ସରକାର ବି ଆକ୍ରମଣ ନେଇ ଇସାରା ଦେଇଥିଲେ । ମେ ୬ ତାରିଖ ରାତିରେ ପାକିସ୍ତାନ ଉପରେ ଅପରେସନ୍‌ ସିନ୍ଦୂର କରିଥିଲା ଭାରତ । ପରେ ପରେ ପାକିସ୍ତାନ ସୀମାରେ ନିରୀହ ଲୋକଙ୍କୁ ଆକ୍ରମଣ କରିଥିଲା । ଯାହାର କଡ଼ା ଜବାବ ଦେଇଥିଲା ଭାରତ । ଖାଲି ଏତିକି ନୁହେଁ ବରଂ ପାକିସ୍ତାନର ସବୁ ଡ୍ରୋନ୍‌ ଆକ୍ରମଣକୁ ଆକାଶରେ ହିଁ ନିଷ୍କ୍ରିୟ କରିଦେଇଥିଲା ଭାରତ । ପରେ ପରେ ଉଭୟ ଦେଶର ନେତା କଥା ହେବା ପରେ ଡିଜିଏମଓସ୍ତରୀୟ ଆଲୋଚନା ହେଲା । ନିଷ୍ପତ୍ତି ହେଲା କି, ୧୮ ପର୍ଯ୍ୟନ୍ତ ଅସ୍ତ୍ରବିରତି ହେବ ନାହିଁ । ହେଲେ ଏହାରି ଭିତରେ ପାକିସ୍ତାନ ମନ୍ତ୍ରୀ ବୟାନ ଦେଇ କହିଛନ୍ତି, ଆମେ ଶାନ୍ତି ଚାହୁ । ଯଦି ଭାରତ ଅସ୍ତ୍ରବିରତି କରେ ତେବେ ଆମେ ଜବାବ ଦେବୁ । 

ସୁଧୁରିବନି ପାକିସ୍ତାନ
ଅଣ୍ଟା ଭାଙ୍ଗିଛି, ଫୁଟାଣି ଯାଉନି

ଅପରେସନ୍‌ ସିନ୍ଦୂରରେ ପାକିସ୍ତାନର କେତେ ଭୟଙ୍କର କ୍ଷତି ହୋଇଛି ସେନେଇ ଖୋଦ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ମାନିଛନ୍ତି । ହେଲେ ଏହା ପରେ ବି ପାକିସ୍ତାନର ମନ୍ତ୍ରୀ କହିଛନ୍ତି,ଆମେ ଏଥର ଜବାବ ଦେବୁ । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, ପାକିସ୍ତାନ ପାଖରେ ଅଛି କଣ ଯେ ଜବାବ ଦେବ । ଆଉ ଥରେ ଜବାବ କଥା ଚିନ୍ତା କରିବା ପୂର୍ବରୁ ନିଜ ଘରକୁ ଥରେ ଦେଖୁ । ହେଲେ କେମିତି ପାକ୍‌ର ବୈଦେଶିକ ମନ୍ତ୍ରଣାଳୟ ଏମିତି ବୟାନ ଦେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସଫକତ୍‌ ଅଲ୍ଲୀ ଖାନ କହିଛନ୍ତି ଯେ ଆମେ ଭାରତକୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ଯୁଦ୍ଧବିରତି ପାଳନ କରିବାକୁ ଅନୁରୋଧ କରୁଛୁ। “ପାକିସ୍ତାନ ଯୁଦ୍ଧବିରତି ସ୍ଥାପନରେ ସାହାଯ୍ୟ କରିଥିବା ବନ୍ଧୁ ଦେଶଗୁଡ଼ିକର ଭୂମିକାକୁ ପ୍ରଶଂସା କରେ। ପାକିସ୍ତାନ ସର୍ବଦା ଆଲୋଚନା ଏବଂ ଶାନ୍ତି ପୁନଃସ୍ଥାପନରେ ବିଶ୍ୱାସ କରେ।”

ଆକ୍ସନ ପାଇଁ ଆମେ ପ୍ରସ୍ତୁତ

ସେପଟେ,ଅପରେସନ୍ ସିନ୍ଦୂର ଅଧୀନରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପରେ, ସେନା ସ୍ପଷ୍ଟ ଭାବରେ କହିଛି ଯେ ସମସ୍ତ ସାମରିକ ଘାଟି, ଉପକରଣ ଏବଂ ସିଷ୍ଟମ ସମ୍ପୂର୍ଣ୍ଣ ସକ୍ରିୟ ଏବଂ ପରବର୍ତ୍ତୀ ଯେକୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ଅପରେସନ ସିନ୍ଦୂର ଭାରତର ନୂତନ ସ୍ୱାଭାବିକତା । ଅପରେସନ ସିନ୍ଦୂର ହେଉଛି ଭାରତର ପ୍ରଥମ ସୀମାପାର ଆତଙ୍କବାଦ ବିରୋଧୀ ମିଶନ ଯେଉଁଥିରେ ତିନିବାହିନୀ ଅଂଶଗ୍ରହଣ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe