ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ନୂର ଖାନ ଏୟାରବେସ୍‌ରେ ଏୟାରଷ୍ଟ୍ରାଇକ୍‌ କରିଛି ଭାରତ

ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ନୂର ଖାନ ଏୟାରବେସ୍‌ରେ ଏୟାରଷ୍ଟ୍ରାଇକ କରିଛି ଭାରତ । ରାତି ୨ଟା ୩୦ରେ ସେନା ମୁଖ୍ୟ ଅସିମ୍ ମୁନୀର ଫୋନ କରି ଜଣାଇଥିବା କହିଲେ ସେହେବାଜ ।

16-pakist

କନକ ବ୍ୟୁରୋ: ପାକିସ୍ତାନର ନୁର ଖାନ୍ ଏୟାରବେସ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତ । ଏକଥା ନିଜେ ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି, ଗତ ମେ‘ ୧୦ ତାରିଖ ରାତି ୨ଟା ୩୦ରେ ସେନା ମୁଖ୍ୟ ଅସୀମ ମୁନୀର ସିକ୍ୟୁର ଲାଇନ୍‌ରେ ଫୋନ୍ କରି ଭାରତର ମିସାଇଲ ଆକ୍ରମଣ ବାବଦରେ କହିଥିଲେ । ପାକିସ୍ତାନର ନୂର ଖାନ୍ ଏୟାରବେସ୍‌ ଓ ଅନ୍ୟ ଅଞ୍ଚଳରେ ଭାରତୀୟ ସେନା ଆକ୍ରମଣ କରିଥିବା ସୂଚନା ଦେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ । ଏହାପୂର୍ବରୁ ପାକ୍ ଏୟାରବେସ୍‌ ଉପରେ ଭାରତର ଆକ୍ରମଣକୁ ବାରମ୍ବାର ଫାଙ୍କି ଆସୁଥିଲା ପାକିସ୍ତାନ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗତ ୭ ତାରିଖରେ ’ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଥିଲା ସେନା । ଭାରତୀୟ ସେନାର ଏହି ଅପରେସନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢିଥିଲା । ସୀମାରେ ଜୋରଦାର ଗୁଳିବର୍ଷଣ ହୋଇଥିଲା । ତେବେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯିବା ସହ ପାକ୍‌ର ୧୧ ଏୟାରବେସ୍‌କୁ ଟାର୍ଗେଟ କରାଯାଇଥିଲା । ଏଥିରେ ଭୟଭୀତ ହୋଇ ଗତ ୧୦ ତାରିଖରେ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ପାକ୍ । ଉଭୟ ଦେଶର ଆଲୋଚନା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe