ଖେଳୁଖେଳୁ ଟଳିପଡିଲେ କ୍ରିକେଟର, ଜୀବନ ନେଲା ହିଟୱେଭ

Advertisment

ଖେଳୁଖେଳୁ ଟଳିପଡିଲେ କ୍ରିକେଟର । ଜୀବନ ନେଲା ହିଟୱେଭ । ଅଷ୍ଟ୍ରେଲିଆରେ ପାକିସ୍ତାନୀ ବଂଶୋଦ୍ଭବ ଜୁନୈଦ ଜାଫର ଖାନଙ୍କ ମୃତ୍ୟୁ ।  

ଖେଳୁଖେଳୁ ଟଳିପଡିଲେ କ୍ରିକେଟର । ଜୀବନ ନେଲା ହିଟୱେଭ । ଅଷ୍ଟ୍ରେଲିଆରେ ପାକିସ୍ତାନୀ ବଂଶୋଦ୍ଭବ ଜୁନୈଦ ଜାଫର ଖାନଙ୍କ ମୃତ୍ୟୁ ।  

33-cricketer

କନକ ବ୍ୟୁରୋ: ପାକିସ୍ତାନୀ ବଂଶୋଦ୍ଭବ କ୍ରିକେଟର  ଜୁନୈଦ ଜାଫର ଖାନ୍‌ଙ୍କ  କ୍ରିକେଟ ପଡିଆରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭୀଷଣ ଗରମ ଯୋଗୁଁ ଜୁନୈଦ ଙ୍କ ମୃତ୍ୟୁ ହୋଇଛି । ମ୍ୟାଚ୍‌ ୪୧.୭ଡିଗ୍ରୀ ଖରାରେ ଆଡିଲେଡର କୋନକୋଡିୟନ୍ସ ଷ୍ଟାଡିୟମରେ ଖେଳାଯାଉଥିଲା । ଜୁନୈଦ ଓଲ୍ଡ କୋନକୋଡିୟନ୍ସ କ୍ଲବ ତରଫରୁ ଖେଳୁଥିଲେ । ୪୦ ଓଭର ବୋଲିଂ ସମୟରେ ପଡିଆରେ ରହିଥିଲେ ଓ  ପରେ ବ୍ୟାଟିଂ କରିଥିଲେ । ୧୬ରନ କରିବା ପରେ ହଠାତ ଜୁନୈଦ ଅସୁସ୍ଥ ହୋଇଥିଲେ ଏବଂ ତାଙ୍କୁ ମେଡିକାଲ ନିଆଯାଇଥିଲା କିନ୍ତୁ ମେଡିକାଲରେ ଡାକ୍ତର ଜୁନୈଦଙ୍କୁ ମୃତ ଘୋଷଣା କରିଥିଲେ । ୨୦୧୩ରେ ଜୁନୈଦ ପାକିସ୍ତାନରୁ ଅଷ୍ଟ୍ରେଲିଆ ଆସିଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ରମଜାନ ଯୋଗୁଁ ଜୁନୈଦ ଉପବାସରେ ଥିଲେ ଏବଂ ଅତ୍ୟଧିକ ଗରମକୁ ସହ୍ୟ କରିପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe