କନକ ବ୍ୟୁରୋ: ପାକିସ୍ତାନୀ ବଂଶୋଦ୍ଭବ କ୍ରିକେଟର ଜୁନୈଦ ଜାଫର ଖାନ୍ଙ୍କ କ୍ରିକେଟ ପଡିଆରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭୀଷଣ ଗରମ ଯୋଗୁଁ ଜୁନୈଦ ଙ୍କ ମୃତ୍ୟୁ ହୋଇଛି । ମ୍ୟାଚ୍ ୪୧.୭ଡିଗ୍ରୀ ଖରାରେ ଆଡିଲେଡର କୋନକୋଡିୟନ୍ସ ଷ୍ଟାଡିୟମରେ ଖେଳାଯାଉଥିଲା । ଜୁନୈଦ ଓଲ୍ଡ କୋନକୋଡିୟନ୍ସ କ୍ଲବ ତରଫରୁ ଖେଳୁଥିଲେ । ୪୦ ଓଭର ବୋଲିଂ ସମୟରେ ପଡିଆରେ ରହିଥିଲେ ଓ ପରେ ବ୍ୟାଟିଂ କରିଥିଲେ । ୧୬ରନ କରିବା ପରେ ହଠାତ ଜୁନୈଦ ଅସୁସ୍ଥ ହୋଇଥିଲେ ଏବଂ ତାଙ୍କୁ ମେଡିକାଲ ନିଆଯାଇଥିଲା କିନ୍ତୁ ମେଡିକାଲରେ ଡାକ୍ତର ଜୁନୈଦଙ୍କୁ ମୃତ ଘୋଷଣା କରିଥିଲେ । ୨୦୧୩ରେ ଜୁନୈଦ ପାକିସ୍ତାନରୁ ଅଷ୍ଟ୍ରେଲିଆ ଆସିଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ରମଜାନ ଯୋଗୁଁ ଜୁନୈଦ ଉପବାସରେ ଥିଲେ ଏବଂ ଅତ୍ୟଧିକ ଗରମକୁ ସହ୍ୟ କରିପାରିନଥିଲେ ।
ଖେଳୁଖେଳୁ ଟଳିପଡିଲେ କ୍ରିକେଟର, ଜୀବନ ନେଲା ହିଟୱେଭ
ଖେଳୁଖେଳୁ ଟଳିପଡିଲେ କ୍ରିକେଟର । ଜୀବନ ନେଲା ହିଟୱେଭ । ଅଷ୍ଟ୍ରେଲିଆରେ ପାକିସ୍ତାନୀ ବଂଶୋଦ୍ଭବ ଜୁନୈଦ ଜାଫର ଖାନଙ୍କ ମୃତ୍ୟୁ ।
/kanak/media/media_files/2025/03/17/NvHyHjdjSXlpdquUsdTQ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)