ନିଜ ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ସୀମା ବନ୍ଦ କଲା ପାକିସ୍ତାନ । ୱାଘା ସୀମାରୁ ଫେରୁଛନ୍ତି ପାକିସ୍ତାନୀ

Advertisment

ଗୁରୁବାର ଅର୍ଥାତ ଆଜି ସକାଳ ଠାରୁ ଭାରତରେ ରହୁଥିବା ଜଣେ ବି ପାକିସ୍ତାନୀ ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିପାରିନାହାଁନ୍ତି । ସେପଟେ ଭାରତ ସ୍ପଷ୍ଟ କରିଛି କି, ଯେଉଁ ପାକିସ୍ତାନୀ ନାଗରିକମାନେ ଭାରତରେ ରହୁଛନ୍ତି ସେମାନେ ଆଗାମୀ ଆଦେଶ ପୂର୍ବରୁ ଭାରତ ଛାଡିବାକୁ ବାଧ୍ୟ । ଭାରତର ଏଭଳି ନିଷ୍ପତ୍ତି କେବଳ ରାଜନୈତିକ ସନ୍ତୁଳନ ନୁହେଁ ବରଂ ମାନବାଧିକାର ରକ୍ଷାର ଏକ ମିଶାଲ ଅଟେ ।

dfsfsfsfs

କନକ ବ୍ୟୁରୋ : ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି । ଭାରତ ସରକାରଙ୍କ ତରଫରୁ ଆଜିଠାରୁ ଅଟାରୀ ସୀମା ବନ୍ଦ କରିବାକୁ ଘୋଷଣା କରିଥିଲେ । ହେଲେ ମାନବିକତା ଆଧାରରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଗରିକଙ୍କ ଯାତାୟାତ ପାଇଁ ଅଟାରୀ ସୀମା ଖୋଲା ରହିଛି । ଅର୍ଥାତ ଯେଉଁ ପାକିସ୍ତାନୀ ଏବେ ବି ବେଆଇନ ଭାବେ ଭାରତରେ ଅଛନ୍ତି ସେମାନେ ଅଟାରୀ ସୀମା ଦେଇ ପାକିସ୍ତାନ ଯାଇପାରିବେ । ହେଲେ ଏସବୁ ଭିତରେ ମାନବିକତା ଭୁଲିଗଲା ପାକିସ୍ତାନ । ଭାରତରୁ ଫେରୁଥିବା ପାକିସ୍ତାନୀଙ୍କ ପାଇଁ ନିଜ ଦେଶ ତରଫରୁ ୱାଘା ସୀମା ବନ୍ଦ କରିଦିଆଯାଇଛି । 

ଗୁରୁବାର ଅର୍ଥାତ ଆଜି ସକାଳ ଠାରୁ ଭାରତରେ ରହୁଥିବା ଜଣେ ବି ପାକିସ୍ତାନୀ ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିପାରିନାହାଁନ୍ତି । ସେପଟେ ଭାରତ ସ୍ପଷ୍ଟ କରିଛି କି, ଯେଉଁ ପାକିସ୍ତାନୀ ନାଗରିକମାନେ ଭାରତରେ ରହୁଛନ୍ତି ସେମାନେ ଆଗାମୀ ଆଦେଶ ପୂର୍ବରୁ ଭାରତ ଛାଡିବାକୁ ବାଧ୍ୟ । ଭାରତର ଏଭଳି ନିଷ୍ପତ୍ତି କେବଳ ରାଜନୈତିକ ସନ୍ତୁଳନ ନୁହେଁ ବରଂ ମାନବାଧିକାର ରକ୍ଷାର ଏକ ମିଶାଲ ଅଟେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏପର୍ଯ୍ୟନ୍ତ ୯୨୯ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଯାଇସାରିଛନ୍ତି ।  

ସେପଟେ ଭାରତର ଆକ୍ସନକୁ ଦେଖି ଛାନିଆ ହୋଇପଡିଛି ପାକିସ୍ତାନ । ପାକ୍ ପ୍ରଧାନମନ୍ତ୍ରୀ ସହ ରକ୍ଷା ଓ ବିଦେଶମନ୍ତ୍ରୀ ଏବେ ଆମେରିକା ପାଖରେ ଗୋଡଭାଙ୍ଗି ଠିଆ ହୋଇଛନ୍ତି । ବୁଧବାର ଦିନ ଭାରତ ସରକାରଙ୍କ ତରଫରୁ ନିଜର ଏୟାରବେଶ୍ ପାକିସ୍ତାନ ପାଇଁ ବନ୍ଦ କରିଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe