କନକ ବ୍ୟୁରୋ : ଭାରତର ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ । କେତେବେଳେ ଫମ୍ପା ଧମକ ଦେଉଛି ତ କେତେବେଳେ ବିଳବିଳଉଛି ଆଉ କେବେ ଚୀନ୍ ଓ ଆମେରିକାକୁ ସାହାଯ୍ୟ ମାଗୁଛି । ଏହା ଭିତରେ ଏକ ବଡ଼ ଦାବି କରୁଛି ପାକ୍ ମିଡିଆ । ଭାରତ ପ୍ରତି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବାକୁ ପାକ୍ସେନା ଯୁଦ୍ଧାଭ୍ୟାସ କରୁଛି । ତିକ୍ତତାକୁ ଅଧିକ ବୃଦ୍ଧି କରିପାରେ ଏହି ମିସାଇଲ ପରୀକ୍ଷଣ । ଏହା ପୂର୍ବରୁ ଏପ୍ରିଲ ୨୬ ଓ ୨୭ରେ ଏକ ମିଜାଇଲ ପରୀକ୍ଷଣ କରିଥିଲା ପାକିସ୍ତାନ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଯେଉଁଠି ଜଳ, ସ୍ଥଳ, ଆକାଶରେ ଭାରତ ନିଜର ଶକ୍ତି ପ୍ରଦର୍ଶନ କରୁଛି ଓ ଶତ୍ରୁଙ୍କୁ କୌଣସି ସମୟରେ ବଡ଼ ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ସେଠି ପାକ୍ ଫମ୍ପା ଧମକ ଦେବାରେ ବ୍ୟସ୍ତ । ଗତକାଲି ପାକ୍ ସେନା ମୁଖ୍ୟ ଅସୀମ ମୁନିର ଫାୟାରିଂ ରେଞ୍ଜରେ ପହଞ୍ଚି ନିଜ ସେନାର ମନୋବଳ ବଢ଼ାଇଥିଲେ । ଭାରତର କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ପାକିସ୍ତାନ ପ୍ରସ୍ତୁତ ବୋଲି କହିଥିଲେ । ଆଉ ଏବେ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିବାକୁ ଯୋଜନା କରୁଥିବା ସୂଚନା ମିଳୁଛି ।
ଭାରତର ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ ; ପାକ୍ କରିପାରେ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ
ଭାରତର ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ । କେତେବେଳେ ଫମ୍ପା ଧମକ ଦେଉଛି ତ କେତେବେଳେ ବିଳବିଳଉଛି ଆଉ କେବେ ଚୀନ୍ ଓ ଆମେରିକାକୁ ସାହାଯ୍ୟ ମାଗୁଛି । ଏହା ଭିତରେ ଏକ ବଡ଼ ଦାବି କରୁଛି ପାକ୍ ମିଡିଆ । ଭାରତ ପ୍ରତି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବାକୁ ପାକ୍ସେନା ଯୁଦ୍ଧାଭ୍ୟାସ କରୁଛି । ତିକ୍ତତାକୁ ଅଧିକ ବୃଦ୍ଧି କରିପାରେ ଏହି ମିସାଇଲ ପରୀକ୍ଷଣ ।
/kanak/media/media_files/2025/05/03/ZZDh8MnvQTHF2hXf4ZO2.jpg)