ଭାରତର ରାସ୍ତା ରୋକି ପାକିସ୍ତାନକୁ ଲାଗିଲା ୪୧୦ କୋଟି ଟଙ୍କାର ଝଟକା !

Advertisment

ଭାରତର ରାସ୍ତା ଅବରୋଧ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି ଏବଂ ଏଥିପାଇଁ ତାକୁ ୪୧୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୧୨୭ କୋଟି ।

ଭାରତର ରାସ୍ତା ଅବରୋଧ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି ଏବଂ ଏଥିପାଇଁ ତାକୁ ୪୧୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୧୨୭ କୋଟି ।

3

କନକ ବ୍ୟୁରୋ : ସବୁ କ୍ଷେତ୍ରରେ ଭାରତଠାରୁ ମୁହଁମାଡ଼ ଖାଉଥିବା ପାକିସ୍ତାନର ଅବସ୍ଥା ଦୁନିଆର କୌଣସି ଦେଶକୁ ଆଉ ଅଛପା ନାହିଁ । ଆର୍ଥିକ ସ୍ତରରେ ତାକୁ ଲାଗିଥିବା ଆଉ ଏକ ବଡ଼ ଝଟକା ସାମ୍ନାକୁ ଆସିଛି । ଭାରତର ରାସ୍ତା ଅବରୋଧ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି ଏବଂ ଏଥିପାଇଁ ତାକୁ ୪୧୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୧୨୭ କୋଟି ଅଟେ । ପ୍ରକୃତରେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଏପ୍ରିଲ ୨୩ ତାରିଖରେ ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ କରାଯିବାରୁ ପାକିସ୍ତାନ ବିଚଳିତ ହୋଇପଡିଥିଲା । ଏହି ବିଚଳିତ ଅବସ୍ଥାରେ ହିଁ ସେ ଗୋଟିଏ ଦିନ ପରେ ଭାରତୀୟ ବିମାନଗୁଡ଼ିକ ପାଇଁ ନିଜର ଆକାଶ ମାର୍ଗ ବନ୍ଦ କରିଦେଇଥିଲା । ଏପରି କରିବା ଦ୍ୱାରା ମାତ୍ର ୨ ମାସ ମଧ୍ୟରେ ତାକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିଛି ।

ପାକ୍ ପ୍ରତିରକ୍ଷା ମନ୍ତ୍ରାଳୟର ତଥ୍ୟ

ପାକିସ୍ତାନୀ ଖବରକାଗଜ 'ଦ ଡନ୍' ଅନୁଯାୟୀ, ଶୁକ୍ରବାର ଦିନ ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିରେ ଏହି କ୍ଷତିର ତଥ୍ୟ ପ୍ରଦାନ କରାଯାଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟକୁ ଉଦ୍ଧୃତ କରି 'ଦ ଡନ୍' କହିଛି ଯେ ଏହି କ୍ଷତି ଏପ୍ରିଲ ୨୪ରୁ ଜୁନ୍ ୩୦, ୨୦୨୫ ମଧ୍ୟରେ ହୋଇଛି । ଯେତେବେଳେ ଭାରତୀୟ ବିମାନ ପାଇଁ ଆକାଶ ମାର୍ଗ ବନ୍ଦ କରାଯାଇଥିଲା । ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୧୦୦-୧୫୦ ଭାରତୀୟ ବିମାନ ପ୍ରଭାବିତ ହୋଇଥିଲେ । ଏଥିରେ ଲିଜ୍‌ରେ ନିଆଯାଇଥିବା ବିମାନ ମଧ୍ୟ ସାମିଲ ଅଛି ।

ପାକିସ୍ତାନକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିଥିଲେ ମଧ୍ୟ, ୪୧୦ କୋଟି ଟଙ୍କାର କ୍ଷତି ଉପରେ ସେ 'ଅଙ୍ଗୁର ଖଟା' ଭଳି ବୟାନ ଦେଇଛି । 'ଦ ଡନ୍' ଖବରକାଗଜ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଆକାଶ ମାର୍ଗ ଉପରେ ପ୍ରତିବନ୍ଧକ ଲଗାଇବା କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ରରେ ଆସେ । ବୟାନରେ କୁହାଯାଇଛି, 'ଯଦିଓ ଆର୍ଥିକ କ୍ଷତି ହୁଏ, ତଥାପି ଆର୍ଥିକ ସ୍ୱାର୍ଥ ଅପେକ୍ଷା ସାର୍ବଭୌମତ୍ୱ ଏବଂ ଜାତୀୟ ପ୍ରତିରକ୍ଷାକୁ ପ୍ରାଥମିକତା ଦିଆଯାଏ ।'

ଅନ୍ୟପକ୍ଷରେ, ଏତେ ବଡ଼ କ୍ଷତି ସତ୍ତ୍ୱେ ପାକିସ୍ତାନ ବିମାନବନ୍ଦର ପ୍ରାଧିକରଣର ମୋଟ ରାଜସ୍ୱ ୨୦୧୯ରେ ୫,୦୮,୦୦୦ ଡଲାରରୁ ବୃଦ୍ଧି ପାଇ ୨୦୨୫ରେ ୭,୬୦,୦୦୦ ଡଲାରରେ ପହଞ୍ଚିଛି । ତେବେ ଏହି ବୃଦ୍ଧି ୬ ବର୍ଷ ମଧ୍ୟରେ ପ୍ରାୟ ୭% CAGR ହାରରେ ହୋଇଛି, ଯାହା ଏକ ଭଲ ଅଗ୍ରଗତି ଦର୍ଶାଉ ନାହିଁ ।

୨୦୧୯ରେ ମଧ୍ୟ ହୋଇଥିଲା ବଡ଼ କ୍ଷତି

୨୦୧୯ ମସିହାରେ ମଧ୍ୟ ସୀମା ଉତ୍ତେଜନା କାରଣରୁ ଆକାଶ ମାର୍ଗ ବନ୍ଦ କରିବା ଯୋଗୁଁ ପାକିସ୍ତାନକୁ ୫୪ ମିଲିୟନ୍ ଡଲାରର କ୍ଷତି ସହିବାକୁ ପଡ଼ିଥିଲା । ସୂଚନା ଅନୁଯାୟୀ, ପାକିସ୍ତାନର ଆକାଶ ମାର୍ଗ ଏବେବି ଭାରତୀୟ ବିମାନ ପାଇଁ ବନ୍ଦ ରହିଛି ଏବଂ ଏହା ଅଗଷ୍ଟ ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ଭାରତ ମଧ୍ୟ ପାକିସ୍ତାନୀ ବିମାନ ପାଇଁ ନିଜ ଆକାଶ ମାର୍ଗ ବନ୍ଦ ରଖିବ । ବୈଦେଶିକ ମନ୍ତ୍ରାଳୟ ଏହି ସମ୍ବନ୍ଧରେ କହିସାରିଛି ଯେ ଯେତେବେଳେ ସାର୍ବଭୌମତ୍ୱ ଏବଂ ସୁରକ୍ଷାର ପ୍ରଶ୍ନ ଆସେ, ସେତେବେଳେ କୌଣସି ମୂଲ୍ୟ ବଡ଼ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe