କନକବ୍ୟୁରୋ:ପାକିସ୍ତାନ କରାଚି ବିମାନ ବନ୍ଦର ନିକଟରେ ବଡ଼ ବିସ୍ଫୋରଣ। ୩ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ କରାଚି ଜିନ୍ନା ବିମାନ ବନ୍ଦର ନିକଟରେ ଏହି ବିସ୍ଫୋରଣ ଘଟିଛି। ପ୍ରଚଣ୍ଡ ଶବ୍ଦରେ ପୂରା ଅଞ୍ଚଳ ଥରି ଉଠିଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିସ୍ଫୋରଣର ଶବ୍ଦ ଉତ୍ତର ନାଜିମାବାଦ, କରିମାବାଦ ସମେତ ସହରର ବିଭିନ୍ନ ସ୍ଥାନରେ ଶୁଣିବାକୁ ମିଳିଥିଲା।
ବିସ୍ଫୋରଣରେ ଯାନବାହାନ ମଧ୍ୟ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ବିମାନ ବନ୍ଦର ଟର୍ମିନାଲ ବାହାରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗି ଏଭଳି ବିସ୍ଫୋରଣ ହୋଇଥିବା କୁହାଯାଉଛି। ଆସନ୍ତା ୧୫ ତାରିଖରୁ ପାକିସ୍ତାନରେ ଏସସିଓ ସମ୍ମିଳନୀ ବସିବାକୁ ଯାଉଥିବା ବେଳେ ଏହି ବିସ୍ଫୋରଣ ପଛରେ ଆତଙ୍କୀ ସଂଗଠନର ହାତ ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ ବିମାନ ବନ୍ଦର ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷାକୁ କଡାକଡି କରିଦିଆଯାଇଛି। କିପରି ଓ କେମିତି ଏହି ବିସ୍ଫୋରଣ ଘଟିଲା ଏହା ଉପରେ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/7GSa4UHKR1wzPHGS9J3d.jpg)