କନକ ବ୍ୟୁରୋ: ସେନା ଓ ବୈଦେଶିକ ମନ୍ତ୍ରଣାଳୟର ପ୍ରେସମିଟ୍ । ଅପରେସନ ସିନ୍ଦୂରକୁ ନେଇ ସୂଚନା । ୮ ଓ ୯ରେ ପାକ୍ ହମଲା ଉଦ୍ୟମ କରିଛି । ଟାର୍ଗେଟରେ ଥିଲା ଭାରତର ସୈନ୍ୟ ଠିକଣା । ୩ଶହରୁ ୪ଶହ ଡ୍ରୋନରେ ଆକ୍ରମଣ ଉଦ୍ୟମ । ପାକର ସବୁ ଆକ୍ରମଣକୁ ବିଫଳ କରିଛି ଭାରତ । ଡ୍ରୋନକୁ ମାରି ନଷ୍ଟ କରିଛି ଭାରତୀୟ ସେନା । ଏଲଓସିରେ ଆକ୍ରମଣ କରିଛି ପାକ୍ ସେନା । ତୁର୍କୀ ନିର୍ମିତ ଡ୍ରୋନରେ ଆକ୍ରମଣ କରିଛି ପାକ୍ । ଆକ୍ରମଣରେ କିଛି ଭାରତୀୟ ସେନା ଆହତ ହୋଇଛନ୍ତି । ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଭାରତର ପ୍ରତି ଜବାବରେ ପାକିସ୍ତାନର ପ୍ରବଳ କ୍ଷତି ହୋଇଛି । ପାକ୍ ଯାତ୍ରୀବାହୀ ବିମାନକୁ ଢାଲ କରୁଛି । ଧୈର୍ଯ୍ୟର ସହ ଭାରତ କାର୍ଯ୍ୟାନୁଷ୍ଠାନ ନେଉଛି । ଭଟିଣ୍ଡା ବିମାନ ବନ୍ଦରକୁ ଟାର୍ଗେଟ କରିଥିଲା ପାକ୍ ।
ପାକିସ୍ତାନ ୩୬ଟି ସ୍ଥାନରେ ଆକ୍ରମଣ କରିଛି । ତଙ୍ଗଧାର, ଉରି ଓ ଜମ୍ମୁରେ ହମଲା କରିଛି ପାକିସ୍ତାନ । ସାଧାରଣ ଜନତାଙ୍କୁ ଆକ୍ରମଣ କରୁଛି ପାକ୍ । ପାକ୍ ରାଡାରକୁ ନଷ୍ଟ କରିଛି ଭାରତ । ପାକିସ୍ତାନର ଆଭିମୁଖ୍ୟ ହାସ୍ୟାସ୍ପଦ । ପାକ୍ ଟାର୍ଗେଟରେ ରହିଥିଲା ଭାରତର ବିଭିନ୍ନ ସହର । ପଶ୍ଚିମ ସୀମାରେ ବାରମ୍ୱାର ସୀମା ଉଲ୍ଲଂଘନ କରୁଛି ଶତ୍ରୁଦେଶ । ପାକିସ୍ତାନ ଅମୃତସର ସହରକୁ ଟାର୍ଗେଟ କରିଛି । ପାକରେ ଥିବା ଗୁରୁଦ୍ୱାର ଉପରେ ଆକ୍ରମଣ ମିଛ । କର୍ତ୍ତାରପୁର କରଡିର ଏବେ ବନ୍ଦ ରହିଛି । ଉସକାଇବା ଭଳି କାମ କରୁଛି ପାକିସ୍ତାନ । ପାକିସ୍ତାନ ସାରା ବିଶ୍ୱକୁ ମିଛ କହୁଛି । ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି କରିବାକୁ ଚାହୁଛି ପାକ୍ ବୋଲି କହିଛି ସେନା ଓ ବୈଦେଶିକ ମନ୍ତ୍ରଣାଳୟ ।
ପାକ୍ ଆକ୍ରମଣରେ ୨ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଛି । ଫୁଞ୍ଛର ଜନବସତି ଅଞ୍ଚଳକୁ ଟାର୍ଗେଟ କରୁଛି ପାକିସ୍ତାନ । ପାକ ସେନା ଭୀରୁତା ପୂର୍ଣ୍ଣ କାର୍ଯ୍ୟ କରୁଛି । ଧାର୍ମିକ ସ୍ଥଳ ଉପରେ ବି ଆକ୍ରମଣ କରୁଛି ପାକ୍ । ପାକ ସେନା ସ୍କୁଲ ଉପରେ ବି ଆକ୍ରମଣ କରୁଛି । ଲେହଠାରୁ ସରକ୍ରିଜ ଯାଏଁ ଆକ୍ରମଣ ଉଦ୍ୟମ କରୁଛି ପାକିସ୍ତାନ । ଆଇଏମଏଫ ବୈଠକରେ ନିଜ ପକ୍ଷ ରଖିବ ଭାରତ । ଆମେରିକା ସହ ଆଲୋଚନା କରିଛି ଭାରତ ।