ବାଂଲାଦେଶକୁ ଉସୁକାଉଛି ପାକିସ୍ତାନ : ରାଜୀବ ଶୁକ୍ଳା

Advertisment

ରାଜୀବ କହିଛନ୍ତି ଯେ ଭାରତର ସୁରକ୍ଷା ସ୍ଥିତିକୁ ନେଇ ପାକିସ୍ତାନ ବାଂଲାଦେଶକୁ ବିଭ୍ରାନ୍ତ କରିଥିଲା, ଯାହାଦ୍ବାରା ବାଂଲାଦେଶ ଭାରତ ଆସିବାକୁ ମନା କରିଥିଲା । ଏହାର ପରିଣାମସ୍ବରୂପ ବାଂଲାଦେଶକୁ ଶେଷରେ ବିଶ୍ବକପରୁ ବିଦା ହେବାକୁ ପଡ଼ିଲା ।

ରାଜୀବ କହିଛନ୍ତି ଯେ ଭାରତର ସୁରକ୍ଷା ସ୍ଥିତିକୁ ନେଇ ପାକିସ୍ତାନ ବାଂଲାଦେଶକୁ ବିଭ୍ରାନ୍ତ କରିଥିଲା, ଯାହାଦ୍ବାରା ବାଂଲାଦେଶ ଭାରତ ଆସିବାକୁ ମନା କରିଥିଲା । ଏହାର ପରିଣାମସ୍ବରୂପ ବାଂଲାଦେଶକୁ ଶେଷରେ ବିଶ୍ବକପରୁ ବିଦା ହେବାକୁ ପଡ଼ିଲା ।

rajiv

rajiv Photograph: (Kanak News)

କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶକୁ ବାଦ ଦିଆଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁଖୋଲିଛି ବିସିସିଆଇ । ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା ଏହି ବିବାଦ ଲାଗି ସିଧାସଳଖ ପାକିସ୍ତାନକୁ ଦାୟୀ କରିଛନ୍ତି ।

ରାଜୀବ କହିଛନ୍ତି ଯେ ଭାରତର ସୁରକ୍ଷା ସ୍ଥିତିକୁ ନେଇ ପାକିସ୍ତାନ ବାଂଲାଦେଶକୁ ବିଭ୍ରାନ୍ତ କରିଥିଲା, ଯାହାଦ୍ବାରା ବାଂଲାଦେଶ ଭାରତ ଆସିବାକୁ ମନା କରିଥିଲା । ଏହାର ପରିଣାମସ୍ବରୂପ ବାଂଲାଦେଶକୁ ଶେଷରେ ବିଶ୍ବକପରୁ ବିଦା ହେବାକୁ ପଡ଼ିଲା । ସୁରକ୍ଷା ସଂପର୍କରେ ବାଂଲାଦେଶର ସବୁ ଚିନ୍ତାକୁ ଦୂର କରାଯାଇଥିଲା ଓ ସବୁ ପ୍ରକାରର ଆଶ୍ବାସନା ଦିଆଯାଇଥିଲା । ଏହା ସତ୍ତ୍ବେ ବାଂଲାଦେଶ ବାହ୍ୟ ପ୍ରଭାବ ଦ୍ବାରା ପ୍ରଭାବିତ ହୋଇଥିଲା। ସେ ସ୍ପଷ୍ଟ କରିଛନ୍ତି ଯେ ଆମେ ଚାହୁଥିଲୁ ବାଂଲାଦେଶ ଖେଳୁ, ଆମେ ମଧ୍ୟ ସବୁ ପ୍ରକାରର ସୁରକ୍ଷା ଆଶ୍ବାସନା ଦେଇଥିଲୁ । କିନ୍ତୁ ସେମାନେ ଯେଉଁ ନିଷ୍ପତ୍ତି ନେଲେ, ତା ପାଇଁ ଶେଷ ମୁହୂର୍ତ୍ତରେ ସମଗ୍ର ଖେଳସୂଚୀ ବଦଳାଇବା ସମ୍ଭବ ନୁହେଁ । ଏହି କାରଣରୁ ସ୍କଟଲାଣ୍ଡକୁ ସୁଯୋଗ ଦିଆଯାଇଛି ।

ଆହୁରି ପଢ଼ନ୍ତୁ... ଷ୍ଟାର୍ ହେବା ପୂର୍ବରୁ ଓଡ଼ିଶା ଆସିଥିଲେ ମାହି, ଏହି ଷ୍ଟାଡିୟମରେ ଖେଳିଥିଲେ ମ୍ୟାଚ୍

ସେ ମଧ୍ୟ ଏହି ବିବାଦ ଓ ବାଂଲାଦେଶ ବାଦ ପଡ଼ିବାକୁ ନେଇ ସିଧାସଳଖ ପାକିସ୍ତାନକୁ ଦାୟୀ କରିଥିଲେ । "ପାକିସ୍ତାନ ବିନା କୌଣସି କାରଣରୁ ଏହି ମାମଲାରେ ହସ୍ତକ୍ଷେପ କରୁଛି ଓ ବାଂଲାଦେଶକୁ ଉସୁକାଉଛି । ସମସ୍ତେ ଜାଣିଛନ୍ତି ଯେ ପାକିସ୍ତାନୀମାନେ କିପରି ବାଂଲାଦେଶ ଉପରେ କେତେ ନିର୍ମମ ଅତ୍ୟାଚାର କରିଥିଲେ । କିନ୍ତୁ ଏବେ ସେମାନେ ବାଂଲାଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।"

ବିଶ୍ବକପରେ ଖେଳିବାକୁ ଭାରତ ଆସିବାକୁ ବାଂଲାଦେଶ ମନା କରିବାରୁ ଆଇସିସି ଏହି ଦଳକୁ ବାଦ ଦେବା ସହ ସ୍କଟଲାଣ୍ଡକୁ ସାମିଲ କରିଛି । ଏହା ପରେ ପାକିସ୍ତାନ ବାଂଲାଦେଶକୁ ସମର୍ଥନ କରିବାକୁ ବିଶ୍ବକପରୁ ବାହାରିବାକୁ ଧମକ ଦେଉଛି । ତେବେ ଆଇସିସି ପାକିସ୍ତାନକୁ ବାସନ୍ଦ ଧମକ ଦେବା ପରେ ପାକିସ୍ତାନ ଦଳ ଘୋଷଣା କରିଛି । ଏହା ସତ୍ତ୍ବେ ପାକିସ୍ତାନ ବାରମ୍ବାର ଏହି ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟମାନ ଦେଇଚାଲିଛି। ଏସବୁ ଘଟଣା ଆଗାମୀ ବିଶ୍ବକପକୁ ଏକ ବିବାଦୀୟ ସ୍ଥିତିକୁ ନେଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe