ସୁରକ୍ଷିତ ନୁହେଁ ପାକିସ୍ତାନ ! ଚାମ୍ପିୟନ୍ସ ଟ୍ରଫି ବେଳେ ଅଘଟଣ ।

Advertisment

ଚାମ୍ପିୟନ୍ସ ଟ୍ରଫି ବେଳେ ଅଘଟଣ । ମସଜିଦରେ ବଡ ଧରଣର ବିସ୍ଫୋରଣ ।

ଚାମ୍ପିୟନ୍ସ ଟ୍ରଫି ବେଳେ ଅଘଟଣ । ମସଜିଦରେ ବଡ ଧରଣର ବିସ୍ଫୋରଣ ।

ଆତଙ୍କୀ ଦେଶରେ ଆତଙ୍କ

ଆତଙ୍କୀ ଦେଶରେ ଆତଙ୍କ Photograph: (kanakNews)

କନକ ବ୍ୟୁରୋ : ପୁଣି ଅଶାନ୍ତ ପାକିସ୍ତାନ । ଦୀର୍ଘ ବର୍ଷପରେ ପାକିସ୍ତାନକୁ ଫେରିଛି ଆଇସିସିର ଇଭେଣ୍ଟ ହେଲେ ଗୋଟେ ପଟେ ମ୍ୟାଚ ଚାଲୁଥିବାବେଳେ ପାକିସ୍ତାନର ଖାଇବର ପାଖତୁନଖ୍ବାରେ ବଡ ଧରଣର ବିସ୍ଫୋରଣ ଘଟିଛି । ମସଜିଦରେ ନମାଜ ପଢାଯାଉଥିବା ବେଳେ ଘଟିଥିଲା ବିସ୍ପୋରଣ ,କୁହାଯାଉଛି ଏହା ଆତ୍ମଘାତୀ ବିସ୍ପୋରଣ ଥିଲା । ଘଟଣା ସ୍ଥଳରେ ୬ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମସଜିଦର ମୌଲାନାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।  ଏହି ବିସ୍ପୋରଣ ସମଗ୍ର ପାକିସ୍ତାନକୁ ଚିନ୍ତାରେ ପକାଇଛି ,କାରଣ ଚାମ୍ପିୟନ୍ସ ଟ୍ରଫି ବେଳେ ପାକିସ୍ତାନ ଅନେକ କଥା କହିଥିଲା ,ଏମିତିକି ଭାରତକୁ ମଧ୍ୟ ସମାଲୋଚନା କରିଥିଲା ।ହେଲେ ପାକିସ୍ତାନ କେତେ ସୁରକ୍ଷିତ ଆଜି ତାର ସତ ପଦାକୁ ଆସିଗଲା ।

କିଛିଦିନ ତଳେ ବିଦେଶୀ ଖେଳାଳିଙ୍କୁ ଅପହରଣ କରାଯିବା ନେଇ ପାକିସ୍ତାନ ଗୁଇନ୍ଦା ସଂସ୍ଥା ପ୍ରସାସନଙ୍କୁ ଜଣାଇଥିଲା ।ଖେଳ ଚାଲିଥିବା ବେଳେ ଫ୍ୟାନ୍ସ ମାନେ ସୁରକ୍ଷାକୁ ଭେଦି ପିଚ ଯାଇ ଆସିଯାଉଛନ୍ତି , ଏମିତିକି ନ୍ୟୁଜିଲ୍ୟାଣ୍ଡର ରଚିନ ରବିନ୍ଦ୍ର ବ୍ୟାଟିଂ କରୁଥିବାବେଳେ ପାକିସ୍ତାନି ଫ୍ୟାନ୍ ହାତରେ ହମାସ ଲିଡରଙ୍କ ଫୋଟୋ ଧରି ରଚିନଙ୍କ ପାଖକୁ ଯାଇଥିଲେ ଏବଂ ଇଂଲଣ୍ଡ -ଆଫଗାନିସ୍ଥାନ ମ୍ୟାଚବେଳେ ମଧ୍ୟ ହଠାତ ପଡିଆକୁ ପସିଥିଲେ ପ୍ରସଂସକ ।ଖାଇବର ପାଖତୁନଖ୍ବା ପୋଲିସ କହିଛି ବିସ୍ପୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହାତ ହୋଇଛନ୍ତି।ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି , କିଏ ଏହି ବିସ୍ପୋରଣରେ ପଛରେ ରହିଛି ଏପର୍ଯ୍ୟନ୍ତ ଜଣାପଡିନି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe