କନକ ବ୍ୟୁରୋ : ଆମେରିକା ବଳରେ ଡେଉଁଛି ପାକିସ୍ତାନ । ପାକ୍ ଆର୍ମି ମୁଖ୍ୟ ଅସୀମ ମୁନୀରଙ୍କ ପରେ ଭାରତକୁ ଧମକ ଦେଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ । ବିଲାୱାଲ ଭୁଟୋଙ୍କ ବୟାନ ଭାରତ ସିନ୍ଧୁ ନଦୀରେ ଡ୍ୟାମ୍ ନିର୍ମାଣ କଲେ ଉପୁଜିପାରେ ଯୁଦ୍ଧ ସ୍ଥିତି । ସିନ୍ଧୁ ଜଳ କେବଳ ପାଣିର ଉତ୍ସ ନୁହେଁ ପାକିସ୍ତାନର ଐିତିହ୍ୟ । ଯଦି ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରେ ତେବେ ପାକିସ୍ତାନ ଯୁଦ୍ଧ କରିବାକୁ କୁଣ୍ଠାବୋଧ ପ୍ରକାଶ କରିବ ନାହିଁ ।ନିକଟରେ ଆମେରିକା ଗସ୍ତରେ ଥିବା ପାକିସ୍ତାନର ଆର୍ମି ମୁଖ୍ୟ ଅସୀମ ମୁନୀର ଭାରତକୁ ପରମାଣୁ ଧମକ ଦେଇଥିଲେ । ଯଦି ପାକିସ୍ତାନ କୌଣସି ବଡ଼ ବିପଦର ସମ୍ମୁଖୀନ ହୁଏ, ତେବେ ତାଙ୍କ ଦେଶ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ । ସେ କହିଥିଲେ ଅଧା ଦୁନିଆକୁ ଆମ ସହିତ ଧ୍ବଂସ କରିଦେବୁ । 

Advertisment

ସେହିପରି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଭାରତର ନିଷ୍ପତ୍ତି ପାକିସ୍ତାନର ୨୫୦ ନିୟୁତ ଲୋକଙ୍କୁ ବିପଦରେ ପକାଇପାରେ ବୋଲି ମୁନିର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ସିନ୍ଧୁ ନଦୀ ଜଳ ରୋକିବା ପାଇଁ ଯଦି ଭାରତ ଡ୍ୟାମ୍ ନିର୍ମାଣ କରିବ ତା’ହେଲେ ଆମେ ସେହି ଡ୍ୟାମ୍‌କୁ ଉଡ଼ାଇ ଦେବୁ । ଆମେ ଯେ କୌଣସି ଡ୍ୟାମ୍‌କୁ ୧୦ଟି କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରିବୁ । ଆମେରିକା ମାଟିରୁ କୌଣସି ତୃତୀୟ ଦେଶ ବିରୋଧରେ ତାଙ୍କର ପରମାଣୁ ଧମକ ମନ୍ତବ୍ୟ ପ୍ରଥମ ବୋଲି କୁହାଯାଉଛି । ବିଲାୱାଲ ଓ ମୁନିରଙ୍କ ଧମକ ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଆମେରିକା ସମ୍ପର୍କ ତିକ୍ତ ହୋଇଉଠିଛି ।