କନକ ବ୍ୟୁରୋ: ଖୁବଶୀଘ୍ର ହେବ ଯୁଦ୍ଧ । ଯେକୌଣସି ମୂହୁର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ଭାରତ   । ଖୋଦ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏଭଳି ବୟାନ ଭାରତ ପକ୍ଷରୁ ହେବାକୁ ଥିବା ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଉଛି  ।  ପହଲଗାମ ଆଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଭାରତ  ।  ଆଉ ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନର ନିଦ ହଜିଯାଇଛି  ।  ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କ ବୟାନ ସ୍ପଷ୍ଟ କରୁଛି କି, ପାକିସ୍ତାନ କେତେ ଭୟଭୀତ ଅବସ୍ଥାରେ ରହିଛି  ।  ଯୁଦ୍ଧ ନେଇ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି ହୋଇ ନଥିଲେ ବି ଯୁଦ୍ଧ ଆଶଙ୍କାରେ ପାକସ୍ତାନର ନେତା ଓ ମନ୍ତ୍ରୀ ଶୋଇପାରୁ ନାହାନ୍ତି ।  ଭାରତ କିଭଳି କାର୍ଯ୍ୟାନୁଷ୍ଠାନ ନେବ ତାହା କଳ୍ପନା କରି ଭୟଭୀତ ହୋଇପଡ଼ିଛନ୍ତି  ।  ସେପଟେ ରୁଷରେ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖଲିଦ ପୁଣି ଥରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି  ।