କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ଉରିରେ ପୁଣି ପାକର ଅସ୍ତ୍ର ବିରତି ଉଲ୍ଲଂଘନ । ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ । ଉରିରେ ଆରମ୍ଭ ହୋଇଗଲା ଗୁଳି ବର୍ଷା । ଭାରତ-ପାକ ଉତ୍ତେଜନା ଭିତରେ ଗୁଳି ବର୍ଷା । ସନ୍ଧ୍ୟା ହେଲେ ସକ୍ରିୟ ହେଉଛି ସୈତାନ ପାକିସ୍ତାନ । ସେପଟେ ପିଏମଓରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ । ବରିଷ୍ଠ ସେନା ଅଧିକାରୀଙ୍କ ସହ କଲେ ଆଲୋଚନା । ତିନି ସେନାଧ୍ୟକ୍ଷଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ ।
ପହଲଗାମ ଆକ୍ରମଣ ପରଠୁ ବାରମ୍ୱାର ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରି ଆସୁଛି । ଅସ୍ତ୍ରବିରତି ଉଲ୍ଲଘଂନରେ ସୀମାବର୍ତ୍ତୀ ଜନବସତି କ୍ଷତି ସହୁଛନ୍ତି । ଏଥିରେ କିଛି ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ମିଳିଛି । ଯଦି ପାକିସ୍ତାନ ନସୁଧୁରେ ତେବେ ଭାରତ ଏଥିପାଇଁ ବଡ଼ ପଦକ୍ଷେପ ନେଇପାରେ ।