କନକ ବ୍ୟୁରୋ : ଭାରତର ଶତ୍ରୁ ମାସୁଦ ଅଜହରକୁ ହୃଦଘାତ । ଭାରତର ମୋଷ୍ଟ ଞ୍ୱାଣ୍ଟେଡ୍ ଜୈଶ ନେତା ମାସୁଦ ଅଜହର ହୃଦଘାତରେ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ମାସୁଦ ଅଜହର ଆଫଗାନିସ୍ତାନରେ ଲୁଚି ରହିଥିଲା । ଏଠାରେ ଆତଙ୍କବାଦୀ ସଂଗଠନର ମୁଖ୍ୟ ଜୈଶ-ଏ-ମହମ୍ମଦ ମୌଲାନା ମାସୁଦ ଅଜହର ହୃଦଘାତରେ ପୀଡିତ ହୋଇଛି । ହୃଦଘାତ ପରେ ତୁରନ୍ତ ତାକୁ ଆଫଗାନିସ୍ତାନରୁ ପାକିସ୍ତାନକୁ ନିଆଯାଇଥିଲା । ମାସୁଦ ଅଜହରକୁ କରାଚିର ମିଳିତ ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାସୁଦର ସ୍ୱାସ୍ଥ୍ୟାଅବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରିନି । 

Advertisment

ସୂତ୍ରରୁ ପ୍ରକାଶ ଯେ ଇସଲାମାବାଦରୁ ହୃଦରୋଗ ବିଶେଷଜ୍ଞମାନେ ମଧ୍ୟ କରାଚିରେ ପହଞ୍ଚିଛନ୍ତି । ଆତଙ୍କବାଦୀ ମୌଲାନା ମାସୁଦ ଅଜହରକୁ ଖୋଷ୍ଟ ପ୍ରଦେଶର ଗୋରବାଜ ଅଞ୍ଚଳ ଦେଇ ପାକିସ୍ତାନ ପଠାଯାଇଥିଲା । ସମ୍ଭବତ ଖୁବଶୀଘ୍ର ତାକୁ ରାୱଲପିଣ୍ଡିର ସର୍ବବୃହତ ସାମରିକ ଡାକ୍ତରଖାନାକୁ ନିଆଯିବ। ଆତଙ୍କବାଦୀ ମାସୁଦ ଅଜହରକୁ ପାକିସ୍ତାନ କେବଳ ସାହାଯ୍ୟ କରିଆସିଛି ତା ନୁହେଁ, ମାସୁଦର ଆତଙ୍କୀ କାର୍ଯ୍ୟକଳାପକୁ ବି ଘୋଡାଇ ଆସିଛି ।