କନକବ୍ୟୁରୋ : ପଦୋନ୍ନତି ପାଇଲେ ଆତଙ୍କିସ୍ତାନର ଜିହାଦୀ ଆର୍ମି ଚିଫ୍ ଅସୀମ ମୁନିର । ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀରେ ପଦୋନ୍ନତି ଦେଇଛି ପାକିସ୍ତାନ । ଭାରତ ମଧ୍ୟରେ ବିବାଦ ମଧ୍ୟରେ ମୁନିରଙ୍କୁ ବଡ ଦାୟିତ୍ବ ଦେଇଛି ସରିଫ ସରକାର । ପାକିସ୍ତାନର ରାଷ୍ଟ୍ରୀୟ ଟେଲିଭିଜନ ଏହି ଖବର ପ୍ରଚାର କରିଛି । ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ପାକିସ୍ତାନରେ ଏକ ବିରଳ ଘଟଣା, କାରଣ ଫିଲ୍ଡ ମାର୍ଶାଲ ପଦବୀ ଏକ ସମ୍ମାନଜନକ ଓ ଯୁଦ୍ଧକାଳୀନ ରାଙ୍କ ଭାବେ ବିବେଚିତ ହୁଏ । ଏହା ପୂର୍ବରୁ ୧୯୫୯ରେ ଜେନେରାଲ ଆୟୁବ ଖାନଙ୍କୁ ଏହି ପଦବୀ ଦିଆଯାଇଥିଲା ।