କନକବ୍ୟୁରୋ : ନାକରେ କାନ୍ଦିଲାଣି ପାକିସ୍ତାନ ।  ଶୋଷରେ ମରିବ, ଖାଦ୍ୟ ପାଇଁ ଆଉଟୁପାଉଟୁ ହେବ  ।  ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ଆଶଙ୍କା ଭିତରେ ଭାଙ୍ଗୁଛି ପାକର ଆର୍ଥିକ ମେରୁଦଣ୍ଡ  ।  ଦେଶରେ ହଠାତ ଦରଦାମ ଆକାଶଛୁଆଁ ହୋଇଛି  ।   ଚିକେନ କେଜି ୮ଶହକୁ ଚାଉଳ କେଜି ହେଲାଣି ୪ଶହ ।  ଦୁଗ୍ଧ ଲିଟର ୩ଶହ କୁ ବ୍ରେଡ ଗୋଟିଏ ପ୍ୟାକେଟରେ ଦାମ ୧୭୦ ଟଙ୍କା ।  ୧୨ଟି ଅଣ୍ଡାର ଦାମ ୩୩୫ ଟଙ୍କା । ପାକିସ୍ତାନ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ପ୍ରତିଜ୍ଞା କରିଛି ଭାରତ  । ଏହା ଭିତରେ ୩ହଜାର ୮ଶହ କୋଟି ଟଙ୍କାର ବାଣିଜ୍ୟିକ କାରବାର ଠପ ହେଲାଣି  । ଯାହାର ସିଧା ପ୍ରଭାବ ପାକିସ୍ତାନ ବଜାରରେ ଦେଖିବାକୁ ମିଳିଛି । ଖାଦ୍ୟପେୟ, ଔଷଧ ସହ ଅତ୍ୟାବଶୀକ ସାମଗ୍ରୀ ଚଢ଼ା ଦର ହେବା ପରେ ମୁଣ୍ଡରେ ହାତ ଦେଇଛି ପାକିସ୍ତାନ  ।