କନକ ବ୍ୟୁରୋ: ପଦାରେ ପଡ଼ିଲା ବାଂଲାଦେଶର ପାକିସ୍ତାନ ପ୍ରେମ । ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସ୍ ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରି ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ କେତେକ ପ୍ରତିବନ୍ଧକକୁ ଦୂର କରି ବାଣିଜ୍ୟ ଏବଂ ବ୍ୟବସାୟିକ ସମ୍ଭାବନାର ଅନୁସନ୍ଧାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ପାକିସ୍ତାନ ବୈଦେଶିକ ସଚିବ ଆମନା ବଲୋଚ୍ କହିଛନ୍ତି, ଏଥିରେ କିଛି ପ୍ରତିବନ୍ଧକ ରହିଛି ଏବଂ ଏହି ପ୍ରତିବନ୍ଧକକୁ ଦୂର କରି ଆଗକୁ ବଢ଼ିବା ପାଇଁ ଆମକୁ ଉପାୟ ଖୋଜିବାକୁ ପଡ଼ିବ । ଗତ ୧୫ ବର୍ଷ ମଧ୍ୟରେ ବାଂଲାଦେଶ ଗସ୍ତରେ ଆସିଥିବା ପ୍ରଥମ ପାକିସ୍ତାନୀ ବୈଦେଶିକ ସଚିବ ବଲୋଚ୍ ଅତୀତର ପ୍ରସଙ୍ଗକୁ ସ୍ୱୀକାର କରି କହିଛନ୍ତି , ବାଂଲାଦେଶ ଏବଂ ପାକିସ୍ତାନକୁ ଦୁଇ ଦେଶ ମଧ୍ୟରେ ଥିବା ସମ୍ଭାବନାକୁ ଉପଯୋଗ କରିବାର ଉପାୟ ଖୋଜିବାକୁ ପଡ଼ିବ ।
ସେ ଆହୁରି ମଧ୍ୟ କହିଛନ୍ତି, 'ଅଧିକାର ଆଧାରରେ ଆମର ବିପୁଳ ଆନ୍ତଃବଜାର ସମ୍ଭାବନା ଅଛି ଏବଂ ଆମେ ଏହାର ଉପଯୋଗ କରିବା ଉଚିତ । ବାଂଲାଦେଶ ମୁଖ୍ୟ ପରାମର୍ଶଦାତାଙ୍କ ପ୍ରେସ୍ ଅଧିକାରୀ କହିଛନ୍ତି , ଏଫ୍ବିସିଆଇର ଏକ ପ୍ରତିନିଧି ଦଳ ଜାନୁଆରୀ ୨୦୨୫ରେ ବାଂଲାଦେଶ ଗସ୍ତ କରିବେ ଏବଂ ଏଫ୍ବିସିଆଇ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ । ଏପ୍ରିଲ ଶେଷରେ ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାରଙ୍କ ଆଗାମୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ପାକିସ୍ତାନ ବୈଦେଶିକ ସଚିବ ଆଶା ବ୍ୟକ୍ତ କରିଛନ୍ତି ।