କନକ ବ୍ୟୁରୋ: ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଦାର୍ ଏକ ବିରଳ ସାର୍ବଜନୀନ ସ୍ବୀକାରୋକ୍ତିରେ କହିଛନ୍ତି, ଭାରତ କେବେ ବି ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ପାଇଁ ରାଜି ହୋଇନାହିଁ । ଦାର୍ଙ୍କର ଏହି ଟିପ୍ପଣୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ସିଧାସଳଖ ମିଛ ସାବ୍ୟସ୍ତ କରିଛି । ଅପରେସନ୍ ସିନ୍ଦୂର ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଟ୍ରମ୍ପ ମଧ୍ୟସ୍ଥତା କରିଥିବା ନେଇ ବାରମ୍ବାର ଦାବି କରିଥିଲେ । ତେବେ ଟ୍ରମ୍ପଙ୍କର ଏହି ଦାବିକୁ ମିଥ୍ୟା ପ୍ରମାଣିତ କରି ପାକ୍ ବିଦେଶ ମନ୍ତ୍ରୀ କହିଛନ୍ତି, ଅସ୍ତ୍ରବିରତି ପାଇଁ ଭାରତ କେବେ ବି ତୃତୀୟ ପକ୍ଷ ମଧ୍ୟସ୍ଥତାରେ ରାଜି ହୋଇନାହିଁ ।
ଏକ ସାକ୍ଷାତକାରରେ ଦାର୍ କହିଛନ୍ତି, ପାକିସ୍ତାନ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଥିବାବେଳେ ଭାରତ କୌଣସି ଉତ୍ତର ରଖିନଥିଲା । ଭାରତ ସର୍ବଦା ଏହାକୁ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଭାବେ ରଖି ଆସିଛି ବୋଲି ସେ ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ କରିଛନ୍ତି । ଗତ ମେ’ ମାସରେ ଭାରତ ପକ୍ଷରୁ ଅପରେସନ୍ ସିନ୍ଦୂର ଆରମ୍ଭ ହେବାପରେ ୨ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯେଉଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ସେ ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଥମେ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିବା ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/17/donald-trump84-2025-09-17-09-25-09.jpg)