କନକ ବ୍ୟୁରୋ: ପାକିସ୍ତାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି । ସେଠାରେ ଥିବା ଲୋକମାନେ ଖାଦ୍ୟ,ପାନୀୟଠାରୁ ପେଟ୍ରୋଲ ଡିଜେଲ, ଗ୍ୟାସର ଦରରେ କଲବଲ ହେଉଛନ୍ତି, ଦେଶରେ ଦାରିଦ୍ର୍ୟ ବୃଦ୍ଧି ପାଉଛି । କିନ୍ତୁ ଏହା ମଧ୍ୟରେ ପାକିସ୍ତାନକୁ ଆଲାଦ୍ଦିନର ଦୀପ ମିଳିଛି । ପାକିସ୍ତାନର ଏକ ନଦୀ, ଯେଉଁଠାରେ ସୁନାର ସନ୍ଧାନ ମିଳିଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସିନ୍ଧୁ ନଦୀରେ ସୁନା ଭଣ୍ଡାର ମିଳିଛି । ଯାହାର ମୂଲ୍ୟ ପ୍ରାୟ ୮୦,୦୦୦ କୋଟି ଟଙ୍କା ବୋଲି କୁହାଯାଉଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ଅଟକ୍ ଜିଲ୍ଲାରେ ସରକାର ଏକ ସର୍ଭେ କରିଥିଲେ । ଏହି ଖଣି ପ୍ରକଳ୍ପ ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ ନ୍ୟାସନାଲ ଇଞ୍ଜିନିୟରିଂ ସର୍ଭିସେସ୍ ପାକିସ୍ତାନ ଓ ପଞ୍ଜାବର ଖଣି ଏବଂ ଖଣିଜ ବିଭାଗ ଦ୍ୱାରା ପରିଚାଳିତ ହେବ । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହି ଆବିଷ୍କାରକୁ ଅର୍ଥନୀତି ପାଇଁ ଏକ ଲାଇଫ ଲାଇନ ଭାବେ ବିଚାର କରୁଛି ।
- ଆତଙ୍କୀଦେଶରେ ମିଳିଛି ବଡ ସୁନାଖଣିର ସଦ୍ଧାନ
- ପାକିସ୍ତାନ ସେହି ଦେଶ ଯେଉଁଠି ଖାଦ୍ୟଠାରୁ ଗ୍ୟାସ ମହଙ୍ଗା
- ଯେଉଁଠି ବିଭିନ୍ନ ଆତଙ୍କୀ ସଂଙ୍ଗଠନର ଆଡ୍ଡା ଜମେ
- ରାଜନୈତିକ ଅସ୍ଥିରତା ପାକିସ୍ତାନରେ ଲାଗି ରହିଛି
- କାଙ୍ଗାଳ ପାକିସ୍ତାନ ଫଣ୍ଡ ପାଇଁ ବିଭିନ୍ନ ଦେଶକୁ ସହାୟତା ମାଗିଥାଏ
- ପାକିସ୍ତାନ ହାତରେ ୮୦ହଜାର କୋଟି ଟଙ୍କାର ସୁନା ଖଣି
- ଟଙ୍କା ପାଇଲେ କଣ କରିବ ପାକିସ୍ତାନ ?
- ସରକାର ଆତଙ୍କୀ ସଂଙ୍ଗଠନକୁ ଫଣ୍ଡ ଯୋଗାଇବେ ନିହାତି
- ଯାହା ଭାରତ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପରେ ପାକିସ୍ତାନ ଖର୍ଚ୍ଚ କରିବ
- ଭୂବିଜ୍ଞାନୀମାନେ କହିଛନ୍ତି, ସୁନା ହିମାଳୟରୁ ସିନ୍ଧୁ ନଦୀ ଦେଇ ପ୍ରବାହିତ ହୋଇ ପାକିସ୍ତାନ ଅଞ୍ଚଳରେ ଜମା ହୋଇଛି
- ବିଭାଜନ ପୂର୍ବରୁ ଏହି ଅଂଶ ଭାରତର ଥିଲା, କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନର
- ନଦୀରେ ସୁନାର ଛୋଟ ଖଣ୍ଡ କିମ୍ବା ନାଗେଟ ଆକାରରେ ମିଳିଥାଏ
- ଲଗାତାର ପ୍ରବାହ ଫଳରେ ଏହି ସୁନା ଖଣ୍ଡଗୁଡ଼ିକ ଗୋଲ ହୋଇଯାଇ ଗୋଟିଏ ସ୍ଥାନରେ ଜମା ହୋଇଯାଇଛି
- ବର୍ତ୍ତମାନ ଦେଶ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି
- ଏବେ ଏହି ସୁନା ଭଣ୍ଡାର ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ରକ୍ଷା କରିପାରିବ ବୋଲି କୁହାଯାଉଛି