କନକ ବ୍ୟୁରୋ: ଭାରତର ଆକ୍ରମଣ ଭୟଭୀତ ପାକିସ୍ତାନ । ସଂସଦରେ ଭୋ ଭୋ ହୋଇ କାନ୍ଦିଲେ ସେହବାଜଙ୍କ ସାଂସଦ । ପିଏମଏଲଏନ ସାଂସଦ ତାହିର ଇକବାଲ କାନ୍ଦି କାନ୍ଦି କହିଲେ ଆହ୍ଲା ଆମକୁ ବଞ୍ଚାଇ ଦିଅ । ଅପରେସନ ସିନ୍ଦୂର ଆରମ୍ଭ କରି ଭାରତ ଆତଙ୍କୀସ୍ତାନ ବିରୋଧରେ ଆକ୍ରମଣ ଆରମ୍ଭ କରିଥିଲା । ଯାହାକୁ ନେଇ ଏବେ ସାରା ପାକିସ୍ତାନରେ ହାହାକାର ସ୍ଥିତି ଆରମ୍ଭ ହୋଇଛି ।
୬ ତାରିଖ ରାତିରେ ଭାରତୀୟ ସେନା ପାକିସ୍ତାନ ଓ ଏଲଓସିର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରି ଆତଙ୍କୀ ଆଡ୍ଡା ଧ୍ୱଂସ କରିଦେଇଥିଲା । ଏଥିରେ ୧୦୦ ଆତଙ୍କବାଦୀ ନିପାତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଏଲଓସିରେ ପାକିସ୍ତାନ ଗୁଳି ବର୍ଷା ଆରମ୍ଭ କରିଥିଲା । ବର୍ତ୍ତମାନ ଭାରତ ସିନ୍ଦୂର ୨.୦ ଆରମ୍ଭ କରିଛି । ସେପଟେ ପାକିସ୍ତାନର କିଛି ସ୍ଥାନରେ ଡ୍ରୋନ ଆଟାକ ସହ ବିସ୍ଫୋରଣର ଖବର ବି ଆସୁଛି । ଯାହାକୁ ନେଇ ପାକିସ୍ତାନ ଏବେ ଚିନ୍ତାରେ ପଡ଼ିଛି ।