କନକ ବ୍ୟୁରୋ: ପାକିସ୍ତାନ ସେନା ଉପରେ ବାଲୋଚ ମହିଳାଙ୍କ ଗୁଳିବର୍ଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଲୋଚିସ୍ତାନ ଲିବରେସନ ଆର୍ମି ଦ୍ୱାରା ଜାରି କରାଯାଇଥିବା ଏହି ଭିଡିଓରେ ଜଣେ ମହିଳା ଆତ୍ମଘାତୀ ଆକ୍ରମଣକାରୀ ପାକିସ୍ତାନୀ ସୈନ୍ୟଙ୍କ ଉପରେ ଆଖିବୁଜା ଗୁଳି ଚଳାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଏହି ମହିଳା ଜଣକ ବିଏଲଏର ଆତ୍ମଘାତୀ ଦଳ ‘ମଜିଦ ବ୍ରିଗେଡ୍‌’ର ସଦସ୍ୟା ।

Advertisment

ବଲୁଚିସ୍ତାନ ଆକ୍ରମଣ ପାଇଁ ଭାରତ ଦାୟୀ : ପାକିସ୍ତାନର ଅଭିଯୋଗ ଭିତ୍ତିହୀନ କହିଲା ଭାରତ

ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ଏକ ବଡ଼ ଧରଣର ଆକ୍ରମଣ ସମୟରେ ସେ ଜଣେ ସୈନ୍ୟଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ଭିଡିଓରେ ଦେଖାଯାଉଛି, ଆକ୍ରମଣ ପୂର୍ବରୁ ସେ ହସୁଛନ୍ତି ଏବଂ ପାକିସ୍ତାନ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି । ତାଙ୍କ କହିବା ଅନୁସାରେ, ବାଲୋଚ ମହିଳାଙ୍କ ସାମ୍ନା କରିବାକୁ ପାକିସ୍ତାନ ସେନା ଭୟ କରୁଛି । ଗୁଳିବର୍ଷଣର କିଛି ମିନିଟ୍ ପରେ ହିଁ ସେ ନିଜେ ମଧ୍ୟ ପ୍ରାଣ ହରାଇଥିଲେ।ଏହି ସମନ୍ୱିତ ଆକ୍ରମଣରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଏକାଧିକ ମହିଳା ସାମିଲ ଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱୀକାର କରିଛି। ଏହି ଘଟଣା ଏବେ ପାକିସ୍ତାନ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି ।