କନକ ବ୍ୟୁରୋ, ଜାତିସଂଘରେ ଫେଲ୍ ମାରିଲା ଡ୍ରାମା, ନିଜେ ବସାଇଥିବା ଜାଲରେ ନିଜେ ଫସିଲା ପାକିସ୍ତାନ । ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକରେ ହଟହଟା ହୋଇଛି ପଡ଼ୋଶୀ ଦେଶ । ପହଲଗାମ ଆକ୍ରମଣରେ ଲସ୍କର-ଇ-ତୋଇବାର ସମ୍ପୃକ୍ତି ନେଇ ପ୍ରଶ୍ନରେ ଶତ୍ରୁ ରାଷ୍ଟ୍ର ଘାଇଲା ହୋଇଛି । ବାରମ୍ବାର ପାକ୍ ନେତା ଦେଉଥିବା ପରମାଣୁ ଯୁଦ୍ଧର ଧମକକୁ ମଧ୍ୟ ଏହି ବୈଠକରେ ନାପସନ୍ଦ କରାଯାଇଛି । ଏଭଳି ମନ୍ତବ୍ୟ ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ପାକିସ୍ତାନକୁ କଡ଼ା ତାଗିଦ୍ କରିଛନ୍ତି ୟୁଏନଏସସି ସଦସ୍ୟ ରାଷ୍ଟ୍ର ।
‘ଯୁଦ୍ଧ ନୁହେଁ ସବୁ ସମସ୍ୟାର ସମାଧାନ’
ପହଲଗାମ ହମଲା ପରେ ଆକ୍ରମଣାତ୍ମକ ମୁଦ୍ରାରେ ଭାରତ । ବସୁଛି ଘନ ଘନ ବୈଠକ, ସୀମାରେ ସୈନବଳ ପକ୍ଷରୁ ଚାଲିଛି ସମରାଭ୍ୟାସ । ପାକିସ୍ତାନକୁ ଧୂଳି ଚଟାଇବାକୁ ବିଭିନ୍ନ ସ୍ତରରେ ପ୍ରସ୍ତୁତ ହେଉଛି ରଣନୀତି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି, ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ । ସାମରିକ ମୁକାବିଲା ସ୍ଥିତି ଏଡାଇବା ସେ ଉଭୟ ଦେଶକୁ ଅପିଲ୍ କରିଛନ୍ତି ।
ପହଲଗାମ ପ୍ରସଙ୍ଗରେ ଭାରତ ପ୍ରତି ବିଶ୍ବଦରବାରରେ ବଢୁଛି ସମର୍ଥନ । ଆମେରିକା, ରୁଷ, ବ୍ରିଟେନ୍, ଫ୍ରାନ୍ସ ସମେତ କେତେକ ମୁସଲିମ୍ ରାଷ୍ଟ୍ର ମଧ୍ୟ ଭାରତ ସମର୍ଥନରେ ବାହାରିଛନ୍ତି । ସେପଟେ ଏକଘରିଆ ହୋଇ ଯୁଦ୍ଧ ଭୟରେ ଥରହର ହେଉଛି ପାକିସ୍ତାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/05/06/IjFZ4vSA9MUxHSxYv5E4.webp)