କନକ ବ୍ୟୁରୋ: ଚଳିତ ବର୍ଷ ବେଲଜିୟମ୍ ଓ ନେଦରଲାଣ୍ଡସ୍ରେ ହେବାକୁ ଥିବା ପୁରୁଷ ବିଶ୍ବକପ୍ ହକି ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ପାକିସ୍ତାନ ଓ ଇଂଲଣ୍ଡ୍। ଏହା ସହିତ ବିଶ୍ବକପର ୧୬ଟି ଦଳ ମଧ୍ୟରୁ ୧୧ଟି ନିଶ୍ଚିତ ହୋଇଯାଇଛି । ଶୁକ୍ରବାର ଇଂଲଣ୍ଡ ମାଲେସିଆକୁ ୭-୧ରେ ଓ ପାକିସ୍ତାନ ଜାପାନକୁ ୪-୩ରେ ପରାସ୍ତ କରିବା ପରେ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଭୟ ଦଳ ଶନିବାର ଫାଇନାଲ୍ରେ ପରସ୍ପରକୁ ଭେଟିବେ। ପାକିସ୍ତାନ ପ୍ରାୟ ୮ ବର୍ଷ ପରେ ବିଶ୍ବକପ ଯୋଗ୍ୟତା ଅର୍ଜନ କରିଛି।
ସେହିପରି କାଂସ୍ୟ ପଦକ ପାଇଁ ଶନିବାର ମାଲେସିଆ ଓ ଜାପାନ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ର ବିଜୟୀ ମଧ୍ୟ ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ କରିବ। ପୂର୍ବରୁ ଭାରତ, ଅଷ୍ଟ୍ରେଲିଆ, ନେଦରଲାଣ୍ଡସ୍, ବେଲଜିୟମ, ସ୍ପେନ, ଆର୍ଜେଣ୍ଟିନା, ଜର୍ମାନୀ,ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ରେ ନିଜର ସ୍ଥାନ ନିଶ୍ଚିତ କରିସାରିଛନ୍ତି। ଗତ ବର୍ଷ ଅନୁଷ୍ଠିତ ଏସିଆ କପ୍ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳ ସିଧାସଳଖ ଏହି ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା।
ଆହୁରି ପଢ଼ନ୍ତୁ... ବିଶ୍ବାସ ନା ଅନ୍ଧବିଶ୍ବାସ? ଭାଗ୍ୟ ବଦଳାଇବାକୁ ହୋଟେଲ ବଦଳାଇଲା ଟିମ୍ ଇଣ୍ଡିଆ!
୮ରୁ ଭାରତୀୟ ମହିଳା ହକି ଦଳର ଯୋଗ୍ୟତା ଅଭିଯାନ, ଅନ୍ୟପକ୍ଷରେ ମହିଳା ବିଶ୍ବକପ୍ ନିମନ୍ତେ ଯୋଗ୍ୟତା ହାସଲ ପାଇଁ ରବିବାରଠାରୁ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ। ବିଶ୍ବକପ୍ ଲାଗି ଯୋଗ୍ୟତା ପର୍ଯ୍ୟାୟ ମାର୍ଚ୍ଚ ୮ରୁ ୧୪ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଅନୁଷ୍ଠିତ। ଏହି ପ୍ରତିଯୋଗିତାରେ ପ୍ରଥମ ତିନୋଟି ସ୍ଥାନ ହାସଲ କରୁଥିବା ଦଳକୁ ବିଶ୍ବକପ୍ ସୁଯୋଗ ମିଳିବ। ଏହି ତିନୋଟି ସ୍ଥାନ ପାଇଁ ଭାରତ, ଇଂଲଣ୍ଡ, ଇଟାଲି, କୋରିଆ, ଅଷ୍ଟ୍ରିଆ, ସ୍କଟଲାଣ୍ଡ, ଉରୁଗୁଏ ଓ ଓ୍ବେଲ୍ସ ମଧ୍ୟରେ ପ୍ରତିଯୋଗିତା ହେବ। ରବିବାର ନିଜର ପ୍ରଥମ ମ୍ୟାଚ୍ରେ ଉରୁଗୁଏକୁ ଭେଟିବ ଭାରତ। ଏହି ବିଶ୍ବକପ୍ ଲାଗି ଆଉ ଏକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଏବେ ଚିଲିର ସାଣ୍ଟିଆଗୋଠାରେ ଚାଲିଛି। ଏହି ପ୍ରତିଯୋଗିତାର ପ୍ରଥମ ତିନୋଟି ଦଳକୁ ବିଶ୍ବକପ ସୁଯୋଗ ମିଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/hockey-2026-03-07-15-34-50.jpg)