ଯୁଦ୍ଧ ଚାହେନି ପାକିସ୍ତାନ! ଭାରତର ପ୍ରସ୍ତୁତିକୁ ନେଇ ଚିନ୍ତାରେ ପାକ୍‌ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ

Advertisment

ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ସୋମବାର ସଂସଦରେ ଏପରି ଏକ ବୟାନ ଦେଇଛନ୍ତି, ଯାହା ଭାରତ ପ୍ରତି ପାକିସ୍ତାନର ଭୟକୁ ସ୍ପଷ୍ଟ କରୁଛି। ଭାରତୀୟ ନେତାମାନେ କହୁଛନ୍ତି ଯେ ସେମାନେ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ମୁଁ ସାରା ଜୀବନ ଆଞ୍ଚଳିକ ଶାନ୍ତିର ସମର୍ଥନ କରିଆସିଛି, ଏବଂ ମୁଁ ତାହା ଚାହେ ନାହିଁ।

ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ସୋମବାର ସଂସଦରେ ଏପରି ଏକ ବୟାନ ଦେଇଛନ୍ତି, ଯାହା ଭାରତ ପ୍ରତି ପାକିସ୍ତାନର ଭୟକୁ ସ୍ପଷ୍ଟ କରୁଛି। ଭାରତୀୟ ନେତାମାନେ କହୁଛନ୍ତି ଯେ ସେମାନେ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ମୁଁ ସାରା ଜୀବନ ଆଞ୍ଚଳିକ ଶାନ୍ତିର ସମର୍ଥନ କରିଆସିଛି, ଏବଂ ମୁଁ ତାହା ଚାହେ ନାହିଁ।

Pak

Pak Photograph: (kanak news)

କନକ ବ୍ୟୁରୋ : ପାକିସ୍ତାନ ଦାବି କରୁଛି ଯେ ଭାରତ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ପଡ଼ୋଶୀ ଦେଶର ରାଷ୍ଟ୍ରପତି ସଂସଦରେ ଏହା ସମ୍ପର୍କରେ ସୂଚନା ଦେଇଥିବା ଜଣାପଡ଼ିଛି, ଏବଂ ସେ ଶାନ୍ତି ଓ ଆଲୋଚନା ପାଇଁ ମଧ୍ୟ ନିବେଦନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଉଲ୍ଲେଖଯୋଗ୍ୟ, ଏହି ବିବୃତ୍ତି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସମୟରେ ଆସିଛି, ଯେଉଁଠାରେ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି ।

ଗଣମାଧ୍ୟମ ଅନୁଯାୟୀ, ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ସୋମବାର ସଂସଦରେ ଏପରି ଏକ ବୟାନ ଦେଇଛନ୍ତି, ଯାହା ଭାରତ ପ୍ରତି ପାକିସ୍ତାନର ଭୟକୁ ସ୍ପଷ୍ଟ କରୁଛି। ଭାରତୀୟ ନେତାମାନେ କହୁଛନ୍ତି ଯେ ସେମାନେ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ମୁଁ ସାରା ଜୀବନ ଆଞ୍ଚଳିକ ଶାନ୍ତିର ସମର୍ଥନ କରିଆସିଛି, ଏବଂ ମୁଁ ତାହା ଚାହେଁ ନାହିଁ। ପାକିସ୍ତାନ ଆଲୋଚନା ପାଇଁ ପ୍ରସ୍ତୁତ। ଭାରତକୁ ମୋର ବାର୍ତ୍ତା ହେଉଛି, ଯୁଦ୍ଧରୁ ଦୂରେଇ ଯାଇ ଆଲୋଚନା ଆଡକୁ ଯିବା, କାରଣ ଏହା ହିଁ ଆଞ୍ଚଳିକ ସୁରକ୍ଷାର ଏକମାତ୍ର ପଥ ବୋଲି ଜର୍ଦ୍ଦାରୀ କହିଛନ୍ତି । ଜର୍ଦ୍ଦାରୀ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇ କହିଛନ୍ତି, ପାକିସ୍ତାନ ଜମ୍ମୁ-କାଶ୍ମୀରର ଲୋକଙ୍କୁ ରାଜନୈତିକ ଓ ନୈତିକ ସମର୍ଥନ ଦେବା ଜାରି ରଖିବ। ତାଙ୍କ ଅନୁସାରେ, ଯେପର୍ଯ୍ୟନ୍ତ କାଶ୍ମୀରବାସୀ ସ୍ଵାଧୀନତା ହାସଲ କରିନାହାଁନ୍ତି, ସେପର୍ଯ୍ୟନ୍ତ ଦକ୍ଷିଣ ଏସିଆରେ କେହି ମୁକ୍ତ ଓ ସୁରକ୍ଷିତ ରହିବେ ନାହିଁ ।

ଅଧିକ ପଢ଼ନ୍ତୁ---ଇରାନ ବିରୁଦ୍ଧରେ ଆମେରିକାର ବଡ଼ ଯୁଦ୍ଧ ଘୋଷଣା, ସ୍ଥଳସେନା ପଠାଇବାକୁ ଟ୍ରମ୍ପଙ୍କ ଚେତାବନୀ

ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖୁବାର ଭାରତର ନିଷ୍ପତ୍ତିକୁ ରାଷ୍ଟ୍ରପତି ଜର୍ଦ୍ଦାରୀ ସିଧାସଳଖ "ଜଳ ଆତଙ୍କବାଦ" ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଭାରତ ରାଜନୈତିକ ଚାପ ପ୍ରୟୋଗ କରିବା ପାଇଁ ଜଳ ପ୍ରବାହକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ସେପଟେ ରାଷ୍ଟ୍ରପତି ଭାବରେ ସଂସଦର ମିଳିତ ଅଧିବେଶନରେ ଏହା ଜର୍ଜାରୀଙ୍କ ନବମ ଅଭିଭାଷଣ ଥିବା ବେଳେ ତାଙ୍କ ଭାଷଣକୁ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ)ର ସାଂସଦମାନେ ବିରୋଧ କରିଛନ୍ତି। ପ୍ରଦର୍ଶନକାରୀମାନେ "ଗୋ, ଜର୍ଦ୍ଦାରୀ, ଗୋ" ଏବଂ "ଖାନଙ୍କୁ ମୁକ୍ତ କର" ନାରା ଦେଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe