କନକ ବ୍ୟୁରୋ : ଭାରତର ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ,ତଥାପି ମୁହଁଟାଣ କମିନି । ପ୍ରତି ମୁହୂର୍ତ୍ତରେ ଭାରତକୁ ଦେଉଛି ଫମ୍ପା ଧମକ । ଏହା ଭିତରେ ପାକିସ୍ତାନକୁ ନେଇ ଆସିଛି ବଡ଼ ଖବର । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ପାଖରେ ବେଶି ଅସ୍ତ୍ରଶସ୍ତ୍ର ନାହିଁ । ବଡ଼ ଧରଣର ଯୁଦ୍ଧାସ୍ତ୍ର ଅଭାବ ଥିବା ସୂଚନା ମିଳୁଛି  । କେବଳ ୪ ଦିନ, ଅର୍ଥାତ ୯୬ ଘଣ୍ଟା ପର୍ଯ୍ୟନ୍ତ ଲଢ଼ିବା ପରି ଯୁଦ୍ଧାସ୍ତ୍ର ରହିଛି ପାକିସ୍ତାନ ପାଖରେ ।

Advertisment

ଯୁଦ୍ଧାସ୍ତ୍ର ଅଭାବର ମୁଖ୍ୟ କାରଣ ୟୁକ୍ରେନ,ୟୁକ୍ରେନକୁ ଗୋଳାବାରୁଦ ରକେଟ୍ ବିକିଛି ପାକିସ୍ତାନ । ୨୦୨୩ରେ ୟୁକ୍ରେନକୁ ପାକିସ୍ତାନ ପ୍ରାୟ ୪୨ ହଜାର ବିଏମ୍ ୨୧ ରକେଟ୍ ଏବଂ ୬୦ ହଜାର ୧୫୫ ଏମ୍ଏମ୍ ଗନ୍ ବିକିଛି । ଏଥିପାଇଁ ପାକିସ୍ତାର ଅସ୍ତ୍ରଶସ୍ତ୍ର ଭଣ୍ଡାର ଖାଲି ହୋଇଛି । ଅସ୍ତ୍ର ବିକ୍ରି ୩୬ କୋଟି ୪ଲକ୍ଷ ଡଲାର ମଧ୍ୟ ନେଇଥିଲା ପାକ୍ । ଏହି ଅର୍ଥର ୮୦ ପ୍ରତିଶତ ରାଓଲପିଣ୍ଡି ମୁଖ୍ୟାଳୟକୁ ଦିଆଯାଇଥିଲା ।