କନକ ବ୍ୟୁରୋ : ଅପରେସନ ସିନ୍ଦୂରରେ ପାକିସ୍ତାନର ବଡ଼ କ୍ଷତି । ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ୪ ଦିନର ସଂଘର୍ଷରେ ପାକିସ୍ତାନର ବହୁତ କ୍ଷତି ଘଟାଇଛି ଭାରତୀୟ ବାୟୁ ସେନା । ଭାରତୀୟ ବାୟୁସେନାର ଯବାନ ପାକିସ୍ତାନର ୬ଟି ଯୁଦ୍ଧ ବିମାନ ଖସାଇଛନ୍ତି । ଏହା ସହ ୨ଟି ଆୱାକସ୍, ଗୋଟିଏ ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ ମିସାଇଲ୍ ନଷ୍ଟ କରିଛନ୍ତି । ଭାରତୀୟ ବାୟୁସେନାର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ରୁଜ୍ ମିସାଇଲ୍ ଦ୍ବାରା ପାକିସ୍ତାନର ବଡ଼ କ୍ଷତି ହୋଇଛି । ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଏହି ଅପରେସନ୍ ସିନ୍ଦୂର ଜରିଆରେ ଭାରତ, ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଶହେରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ । 

Advertisment

୬ ଯୁଦ୍ଧ ବିମାନ ଧ୍ୱଂସ
୪ ଦିନ ସଂଘର୍ଷରେ ପାକିସ୍ତାନର ବହୁତ କ୍ଷତି ଘଟାଇଛି ଭାରତୀୟ ବାୟୁ ସେନା
ମିସାଇଲ୍ ମାଡ଼ରେ ପାକିସ୍ତାନର ୬ଟି ଯୁଦ୍ଧ ବିମାନ ଧ୍ୱଂସ ହୋଇଛି
୨ଟି ଆୱାକସ୍, ଗୋଟିଏ ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ ମିସାଇଲ୍ ନଷ୍ଟ
ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ରୁଜ୍ ମିସାଇଲ୍ ଦ୍ବାରା ବଡ଼ କ୍ଷତି ଘଟାଇଛି ଭାରତ
୧୯ଟି ସେନା ଘାଟି ଧ୍ୱଂସ ହୋଇଥିବା ମାନିଛି ପାକିସ୍ତାନ 
୧୧ଟି ସେନା ଘାଟି ଧ୍ୱଂସ କରିଥିବା ଦାବି କରିଥିଲା ଭାରତ
ଆଉ ୮ଟି ପ୍ରଭାବିତ ହୋଇଥିବା ପାକିସ୍ତାନର ରିପୋର୍ଟରେ ସ୍ବୀକାର
ନିଜ ସାମରିକ ଅପରେସନ୍ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶ କରିଛି ପାକିସ୍ତାନ
ଭାରତୀୟ ଷ୍ଟ୍ରାଇକ୍‌ରେ ହୋଇଥିବା କ୍ଷତି ନେଇ ବିସ୍ତୃତ ତଥ୍ୟ ଦିଆଯାଇଛି
ଭାରତୀୟ ସେନା କରିଥିବା ଏୟାରଷ୍ଟ୍ରାଇକ୍‌କୁ ନେଇ ମାନଚିତ୍ର ବି ଦିଆଯାଇଛି