ଡୋପିଂ ପରୀକ୍ଷା ଅଟକାଉଛି ବିସିସିଆଇ: ପାକ୍‌ କ୍ରିକେଟର୍‌

Advertisment

ଭାରତୀୟ ଖେଳାଳିଙ୍କ ବ୍ୟତୀତ ଅନ୍ୟ ସବୁ ଦେଶର ଖେଳାଳିଙ୍କ ଡୋପିଂ ପରୀକ୍ଷା କରୁଛି। କିନ୍ତୁ  ବିସିସିଆଇ ନିଜେ ନିଜ ଖେଳାଳିଙ୍କ ଡୋପିଂ ପରୀକ୍ଷା କରୁଛି ଓ ଆଇସିସି ଦ୍ବାରା ବ୍ୟବହାର କରାଯାଉଥିବା ଜ୍ଞାନକୌଶଳକୁ ଭରସା କରେନାହିଁ ବୋଲି କହିଲେ ପାକିସ୍ତାନ କ୍ରିକେଟର୍‌ ଅହମ୍ମଦ ଶେହଜାଦ୍‌ । 

ahmed-shehzad

କନକ ବ୍ୟୁରୋ: ବିସିସିଆଇ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ପାକିସ୍ତାନ କ୍ରିକେଟର୍‌ ଅହମ୍ମଦ ଶେହଜାଦ୍‌ ।  ଭାରତୀୟ ଖେଳାଳିଙ୍କ ଡୋପିଂ ପରୀକ୍ଷା ଲାଗି ଆଇସିସି ନେଉଥିବା ପଦକ୍ଷେପକୁ ବିସିସିଆଇ ଅଟକାଉଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆଇସିସି ଭାରତୀୟ ଖେଳାଳିଙ୍କ ବ୍ୟତୀତ ଅନ୍ୟ ସବୁ ଦେଶର ଖେଳାଳିଙ୍କ ଡୋପିଂ ପରୀକ୍ଷା କରୁଛି । କିନ୍ତୁ  ବିସିସିଆଇ ନିଜେ ନିଜ ଖେଳାଳିଙ୍କ ଡୋପିଂ ପରୀକ୍ଷା କରୁଛି ଓ ଆଇସିସି ଦ୍ବାରା ବ୍ୟବହାର କରାଯାଉଥିବା ଜ୍ଞାନକୌଶଳକୁ ଭରସା କରେନାହିଁ ବୋଲି କହୁଛି । ନିଜର ଜ୍ଞାନକୌଶଳକୁ ଉନ୍ନତ ବୋଲି କହି ନିଜେ ନିଜ ଖେଳାଳିଙ୍କ ପରୀକ୍ଷା କରୁଛି । ତେବେ ଏହି ଅଭିଯୋଗ ନେଇ ଆଇସିସି କିମ୍ବା ବିସିସିଆଇର କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହା ବି ପଢ଼ନ୍ତୁ: ୫ ଦିନ ଫସିରହିବା ପରେ ଫେରିଲା ଓ୍ବେଷ୍ଟ୍‌ଇଣ୍ଡିଜ୍‌ ଦଳ

ଖେଳାଳିମାନଙ୍କ ଡୋପିଂ ପରୀକ୍ଷଣ ପାଇଁ ଆଇସିସି କଠୋର ମାନଦଣ୍ଡ ପାଳନ କରିଥାଏ । ୨୦୦୬ରେ ଆଇସିସି ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା (ଓ୍ବାଡା)ରେ ସାମିଲ ହେବା ପରେ ଏହି ସଂସ୍ଥାର ନିୟମ ଅନୁସାରେ ଡୋପିଂ ପରୀକ୍ଷଣ କରିଥାଏ । କୌଣସି ପ୍ରତିଯୋଗିତା ଚାଲିଥିବା ସମୟରେ କିମ୍ବା ଅନ୍ୟ ସମୟରେ ଖେଳାଳିମାନଙ୍କ ଡୋପିଂ ପରୀକ୍ଷା କରାଯାଇଥାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe