କନକ ବ୍ୟୁରୋ : ହୁଏତ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଭାବିନଥିଲେ ଚାମ୍ପିୟନ୍ସ ଟ୍ରଫି ପାଇଁ ଏତେ ବଡ ପରିମାଣର କ୍ଷତି ସହିବ ପାକିସ୍ତାନ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପିସିବି ଅଧ୍ୟକ୍ଷ ମୋହସିନ ନକବୀ କରାଚୀ,ରାଉଲପିଣ୍ଡି ଓ ଲାହୋର ଷ୍ଟାଡିୟମକୁ ନବୀକରଣ କରିଥିଲେ । ପାଣି ଭଳିଆ ଟଙ୍କା ସାରିଥିଲା ପିସିବି, କିନ୍ତୁ କେମିତି ପିସିବି ଅଧ୍ୟକ୍ଷ ଭୁଲିଗଲେ ଭାରତ ସେମି-ଫାଇନାଲ ବା ଫାଇନାଲକୁ ଗଲେ ଏହି ମ୍ୟାଚ୍ ସବୁ ଦୁବାଇରେ ଖେଳାଯିବ ବୋଲି । ଯେବେ ଭାରତ ପାକିସ୍ତାନ ଯିବାକୁ ମନାକରିଦେଇଥିଲା ସେବେଠାରୁ ବ୍ରଡକାଷ୍ଟର ମାନେ କହିଥିଲେ ପିସିବିର ରାଜସ୍ବ ହାନୀ ଘଟିବା ସୁନିଶ୍ଚିତ,କାରଣ ଭାରତ ଗଲେ ପ୍ରଂସଶକ ଯିବେ ତାସହ ଡିଜିଟାଲ ମାର୍କେଟିଂ ଠାରୁ ଆଡ ସବୁ ପ୍ରକାର ଉତ୍ସ ପାକିସ୍ତାନ ପାଇପରିଥାନ୍ତା ।
ନିଜ ଗୋଡରେ ନିଜେ କୁରାଢୀ ମାରିଲେ ମୋହସୀନ ନକବୀ , ଭାରତ ବିରୋଧରେ ସବୁବେଳେ କହୁଥିବା ନକବୀଙ୍କୁ ନିଜ ଟିମ ଧୋକା ଦେଇଦେଲା । ଲିଗ ପର୍ୟ୍ୟାୟରୁ ବିଦାୟ ନେଇଥିଲା ପାକିସ୍ତାନ । ଫଳରେ ଦର୍ଶକଙ୍କ ସଂଖ୍ୟା କମିଥିଲା ,ଶେଷରେ ଇନ୍ଦ୍ରଦେବ ବି ପାକିସ୍ତାନ ଉପରେ କୋପ ଦୃଷ୍ଟି ପକାଇଲେ । ଚାମ୍ପିୟନ୍ସ ଟ୍ରଫିର ୩ଟି ମ୍ୟାଚ୍ ବର୍ଷା ପାଇଁ ରଦ୍ଦ ହୋଇଥିଲା । ପିସିବିକୁ ଏହି ମ୍ୟାଚ୍ ପାଇଁ ଟିକେଟ୍ ଟଙ୍କା ଫେରସ୍ତ କରିବାକୁ ପଡ଼ିଥିଲା। ଫାଇନାଲ ଦୁବାଇରେ ହୋଇଥିଲା ଫଳରେ କୋଟିକୋଟି ଟଙ୍କାର ରାଜସ୍ବ ହରାଇଛି ପିସିବି । ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ୟ୍ୟନ୍ତ ୧୫୬ କୋଟି ଟଙ୍କାର କ୍ଷତି ସହିଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି