Pakistan Blast: ଭାରତ ପରେ ପାକିସ୍ତାନରେ ବିସ୍ଫୋରଣ ; କାର୍ ଫୁଟିଲା, ୧୨ ଜଣ ମୃତ

ଭାରତ ପରେ ପାକିସ୍ତାନରେ ବିସ୍ଫୋରଣ । ମଙ୍ଗଳବାର ଇଲାମାବାଦ ହାଇକୋର୍ଟ ବାହାରେ ଦ୍ୱି-ପହର ସମୟରେ ବଡ଼ ଧରଣ ବିସ୍ଫୋରଣ ଘଟିଛି । ଏହି ଅଘଟଣରେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ଲୋକ ଆଖି ବୁଜିଥିବାବେଳେ, ଅନେକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଇସାଲାମାବାଦ କୋର୍ଟ ପରିସରରେ ଥିବା ପାର୍କିଂରେ ହୋଇଛି । ପାର୍କିଂରେ ରହିଥିବା ଏକ କାରରେ ବିସ୍ଫୋରଣ ଘଟିଛି, ଯାହାକି ବଡ଼ ଭୟଙ୍କର ହେବା ସହିତ ଏକାଧିକ ଲୋକଙ୍କ ଜୀବନ ଯାଇଛି ।

pakistan blast

pakistan blast Photograph: (kanak news)

କନକ ବ୍ୟୁରୋ: ଭାରତ ପରେ ପାକିସ୍ତାନରେ ବିସ୍ଫୋରଣ । ମଙ୍ଗଳବାର ଇଲାମାବାଦ ହାଇକୋର୍ଟ ବାହାରେ ଦ୍ୱି-ପହର ସମୟରେ ବଡ଼ ଧରଣ ବିସ୍ଫୋରଣ ଘଟିଛି । ଏହି ଅଘଟଣରେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ଲୋକ ଆଖି ବୁଜିଥିବାବେଳେ, ଅନେକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଇସାଲାମାବାଦ କୋର୍ଟ ପରିସରରେ ଥିବା ପାର୍କିଂରେ ହୋଇଛି । ପାର୍କିଂରେ ରହିଥିବା ଏକ କାରରେ ବିସ୍ଫୋରଣ ଘଟିଛି, ଯାହାକି ବଡ଼ ଭୟଙ୍କର ହେବା ସହିତ ଏକାଧିକ ଲୋକଙ୍କ ଜୀବନ ଯାଇଛି ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ଆମେ ଯୁଦ୍ଧ ସ୍ଥିତିରେ ଅଛେ । ଏହି ଆକ୍ରମଣ ପଛରେ ଆଫଗାନିସ୍ତାନ ସହ ଜଡ଼ିତ ଆତଙ୍କବାଦୀଙ୍କ ହାତ ଅଛି ବୋଲି ସେ କହିଛନ୍ତି । ଏହାକୁ ରୋକିବାକୁ ପାକିସ୍ତାନ ପୂରାପୂରି ସକ୍ଷମ ବୋଲି କହିବା ସହିତ ପାକିସ୍ତାନ ପ୍ରତି ଏହା ବିପଦ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ : Bihar Election : ବିହାରରେ ଭୋଟ୍ ଚାଲିଛି, ହଠାତ୍ ଜେଡିୟୁ ଅଫିସରେ ପହଞ୍ଚିଲେ ନୀତିଶ

ସ୍ଥାନୀୟ ପୁଲିସର କହିବା ଅନୁସାରେ, ଏହି ବିସ୍ଫୋରଣ ସମୟରେ କୋର୍ଟ ପରିସରରେ ଅନେକ ଲୋକ ଥିଲେ । ଏହି ଅଘଟଣରେ କୋର୍ଟ ପରିସରରେ ଥିବା ଅନେକ ଓକିଲ ଆହତ ହୋଇଛନ୍ତି । ତା ସହିତ କିଛି ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଯେଉଁମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ : ଦିଲ୍ଲୀ ବ୍ଲାଷ୍ଟ ପଛରେ 'ପୁଲଓ୍ୱାମା' କନେକ୍ସନ୍! ବିସ୍ଫୋରକ କାରକୁ ନେଇ ବଡ଼ ଖୁଲାସା

ଘଟଣାସ୍ଥଳରେ ସୁରକ୍ଷା ବାହିନୀ ଏବଂ ଫରେନ୍ସିକ୍ ଦଳକୁ ନିୟୋଜିତ କରାଯାଇଛି ଏବଂ ବିସ୍ଫୋରଣର କାରଣ, ସମ୍ଭାବ୍ୟ ଅବହେଳା ଏବଂ ଅନ୍ୟାନ୍ୟ କାରଣଗୁଡ଼ିକର ତଦନ୍ତ କରୁଛନ୍ତି। ଏହି ଘଟଣା ପରେ, କୋର୍ଟ କମ୍ପ୍ଲେକ୍ସ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସମସ୍ତ କୋର୍ଟ କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ଏବଂ ପୁଲିସ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe