ପାକିସ୍ତାନ ସେନା ଦୋହରାଇଲା କାର୍ଗିଲ୍ ଭଳି ଲଜ୍ଜା ଜନକ ଇତିହାସ

Advertisment

ସାତ ଜଣ ପାକିସ୍ତାନୀ ସେନା ଯବାନଙ୍କୁ ବନ୍ଧକ ରଖିଛି ବୋଲି ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଳ୍‌ଏ) ଦାବି କରିଛି ।  ଯବାନମାନଙ୍କୁ ଫେବ୍ରୁଆରି ୧୪ ତାରିଖରେ ଅପହରଣ କରାଯାଇଥିଲା ।  ସେ ଏଲଏ ସେମାନଙ୍କ ବଦଳରେ ନିଜର ବନ୍ଦୀ ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛି ।

ସାତ ଜଣ ପାକିସ୍ତାନୀ ସେନା ଯବାନଙ୍କୁ ବନ୍ଧକ ରଖିଛି ବୋଲି ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଳ୍‌ଏ) ଦାବି କରିଛି ।  ଯବାନମାନଙ୍କୁ ଫେବ୍ରୁଆରି ୧୪ ତାରିଖରେ ଅପହରଣ କରାଯାଇଥିଲା ।  ସେ ଏଲଏ ସେମାନଙ୍କ ବଦଳରେ ନିଜର ବନ୍ଦୀ ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛି ।

21bbs_12_21022026_111

Photograph: (kanaknews)

କନକବ୍ୟୁରୋ : ସାତ ଜଣ ପାକିସ୍ତାନୀ ସେନା ଯବାନଙ୍କୁ ବନ୍ଧକ ରଖିଛି ବୋଲି ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଳ୍‌ଏ) ଦାବି କରିଛି ।  ଯବାନମାନଙ୍କୁ ଫେବ୍ରୁଆରି ୧୪ ତାରିଖରେ ଅପହରଣ କରାଯାଇଥିଲା ।  ସେ ଏଲଏ ସେମାନଙ୍କ ବଦଳରେ ନିଜର ବନ୍ଦୀ ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛି । ବି ଏଲ୍‌ଏ ଏନେଇ ଫେବ୍ରୁଆରି ୨୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ, ଯଦି ପାକିସ୍ତାନୀ ସେନା ସେମାନଙ୍କ ସାଥୀମାନଙ୍କୁ ମୁକ୍ତ ନ କରେ,ତେବେ ସମସ୍ତ ବନ୍ଦୀ ଯବାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ଏହି ଖବର ବନ୍ଧକ ଯବାନଙ୍କ ପରିବାର ମଧ୍ୟରେ ଆତଙ୍କର ଭାତାବରଣ ସୃଷ୍ଟି କରିଛି। କିନ୍ତୁ ପାକିସ୍ତାନୀ ସେନାର ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି 
ପାକିସ୍ତାନୀ ସେନାର ପୁରୁଣା ରଣନୀତି

ଆଶ୍ଚର୍ଯ୍ୟଜନକ ଭାବରେ, ପାକିସ୍ତାନୀ ସେନା ଏହି ଯବାନମାନଙ୍କୁ ନିଜର ବୋଲି ସ୍ୱୀକାର କରିବାକୁ ଆନୁଷ୍ଠାନିକ ଭାବରେ ମନା କରିଦେଇଛି। ଏହି ସୈନିକମାନଙ୍କ ଭିଡିଓ ସାମ୍ନାକୁ ଆସିବା ମାତ୍ରେ, ପାକିସ୍ତାନୀ ସେନାର ପ୍ରଚାର ଶାଖା,ଆଇଏସ୍‌ପିଆର୍‌ ସୋସିଆଲ ମିଡିଆରେ ଏହାକୁ ମିଛ କହିବା ଆରମ୍ଭ କରିଦେଇଛି। ସେନା ଦାବି କରୁଛି ଯେ, ଭିଡିଓଟି ନକଲି ଓ ଏହି ଲୋକମାନେ ତାଙ୍କର ସୈନିକ ନୁହଁନ୍ତି। ଏହାର ଜବାବରେ, ବିଏଲ୍‌ଏ ଏକ ନୂଆ ଭିଡିଓ ଜାରି କରିଛି ଯେଉଁଥିରେ ବନ୍ଦୀ ସୈନିକମାନେ କ୍ୟାମେରା ସାମ୍ନାରେ ସେମାନଙ୍କର ସରକାରୀ ପରିଚୟପତ୍ର ଦେଖାଉଥିବା ଓ ସେମାନଙ୍କର ନାମ ତଥା ୟୁନିଟ୍ ପ୍ରକାଶ କରୁଥିବାର ଦେଖାଯାଇଛି। ଏହା ସତ୍ତ୍ୱେ, ସେନା ମୁଖ୍ୟ ଅସୀମ ମୁନିରଙ୍କ ନେତୃତ୍ୱରେ ଫୋର୍ସ ନିଜ ସୈନିକମାନଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କରିଛି।

କାର୍ଗିଲ୍ ଯୁଦ୍ଧର ଇତିହାସ ଦୋହରାଇଲା

ପାକିସ୍ତାନର ଏହି କାର୍ଯ୍ୟ ୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧକୁ ମନେ ପକାଇ ଦେଉଛି। ଯେତେବେଳେ ଜେନେରାଲ ପରଭେଜ ମୁଶାରଫ ସୀମା ପାର ହୋଇ ଲଢୁଥିବା ତାଙ୍କର ନିୟମିତ ସୈନିକମାନଙ୍କୁ ଚିହ୍ନିବାକୁ ମନା କରିଦେଇଥିଲେ। ସେହି ସମୟରେ, ପାକିସ୍ତାନୀ ସେନା ନିଜର ମୃତ ସୈନିକଙ୍କ ମୃତଦେହ ଗ୍ରହଣ କରିବାକୁ ମନା କରିଦେଇଥିଲା। ସେମାନଙ୍କୁ ମୁଜାହିଦ୍ଦିନ ବୋଲି କହିଥିଲା। ବର୍ତ୍ତମାନ, ବଲୁଚିସ୍ତାନରେ ସମାନ ଇତିହାସ ପୁନରାବୃତ୍ତି ହେଉଛି। ସେନା ରାଜନୈତିକ ସ୍ୱାର୍ଥ ପାଇଁ ନିଜ ସୈନିକଙ୍କ ଜୀବନକୁ ବିପଦରେ ପକାଇ ଦେଉଛି। ପାକିସ୍ତାନର ଏହି ନୀତିକୁ ବିଶ୍ୱବ୍ୟାପି ସମାଲୋଚନା କରାଯାଉଛି। କାରଣ ସେନା ନିଜ ସୈନିକଙ୍କ ଜୀବନକୁ ଶତ୍ରୁଙ୍କ ଦୟାରେ ଛାଡିଦେବାକୁ ଅତ୍ୟନ୍ତ କାପୁରୁଷତା ବୋଲି ବିବେଚନା କରାଯାଇଥାଏ।

ବଲୁଚିସ୍ତାନରେ ବଢୁଥିବା ସଂଘର୍ଷ ଓ ସେନାର ବିଶ୍ୱସନୀୟତା

ସମ୍ପ୍ରତି ବଲୁଚିସ୍ତାନରେ ବିଦ୍ରୋହ ଘଟଣା ବୃଦ୍ଧି ପାଇଛି ଓ ପାକିସ୍ତାନୀ ସେନା ସେଠାରେ ପ୍ରବଳ କ୍ଷତି ସହୁଛି। ବନ୍ଧକ ସୈନିକମାନଙ୍କୁ ଚିହ୍ନଟ ନକରି, ସେନା ଦର୍ଶାଇବାକୁ ଚାହୁଁଛି ଯେ, ପରିସ୍ଥିତି ନିୟନ୍ତ୍ରଣରେ ଅଛି ଓ କୌଣସି ବଡ଼ କ୍ଷତି ହୋଇନାହିଁ। ତଥାପି, ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ଏହି ମିଛକୁ ପ୍ରଦର୍ଶିତ କରିଛି। ଏହି ଘଟଣା ପାକିସ୍ତାନୀ ସେନା ଭିତରେ ଅସନ୍ତୋଷ ମଧ୍ୟ ବୃଦ୍ଧି କରିପାରେ ବୋଲି କୁହାଯାଉଛି। କାରଣ ପ୍ରତ୍ୟେକ ସୈନିକ ଏବେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଯଦିସମୟସୀମା ଶେଷ ହେବା ପରେ ବିଏଲ୍‌ଏ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ପାକିସ୍ତାନର ସାମରିକ ନେତୃତ୍ୱ ସିଧାସଳଖ ଦାୟୀ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe