କନକ ବ୍ୟୁରୋ : ବୁଧବାର ପାକିସ୍ତାନ ସେନାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ଖଵାଜା ଆସିଫଙ୍କ ବଡ଼ ବୟାନ ପରେ ଗୁରୁବାର ଏକ ଜାତୀୟ ସଭାରେ ବିରୋଧୀ ଦଳ ନେତା ମହମ୍ମୁଦ ଖାନ ଆଚକଚାଇ ମୁନିର ସେନାକୁ ଚାରୋଟି ଜିଲ୍ଲାର ସେନା ଭାବରେ ବର୍ଣ୍ଣନା କରିଛନ୍ତି । ପାକିସ୍ତାନରେ ସେନାର ଗଠନ ଓ ପ୍ରଭାବ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ଆଚକଚାଇ କହିଛନ୍ତି, ପାକିସ୍ତାନ ସେନା କେବଳ ଚାରୋଟି ଜିଲ୍ଲାରେ ପ୍ରାଧାନ୍ୟ ବିସ୍ତାର କରେ। ଏହି ଜିଲ୍ଲାର ଲୋକମାନେ ସେନାକୁ କମାଣ୍ଡ କରନ୍ତି ଏବଂ କ୍ଷମତା ନିୟନ୍ତ୍ରଣ କରନ୍ତି। ସୂଚନା ଅନୁଯାୟୀ, ମହମ୍ମୁଦ ଖାନ ଆଚକଚାଇ ସଂସଦର ଏକ ରିପୋର୍ଟକୁ ଆଧାର କରି ଏହି ବିବୃତ୍ତି ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ ପାକିସ୍ତାନ ସେନାରେ କେଉଁ ଅଞ୍ଚଳରୁ କେତେ ସୈନ୍ୟ ଅଛନ୍ତି। 

Advertisment

ପାକ୍ ସେନାରେ ପଞ୍ଜାବର ପ୍ରାଧାନ୍ୟ 

ପାକିସ୍ତାନ ସେନା ଉପରେ ପଞ୍ଜାବର ପ୍ରାଧାନ୍ୟ ରହିଛି। ସେନାରେ ଅଧାରୁ ଅଧିକ କର୍ମଚାରୀ ପଞ୍ଜାବର। ସଂଖ୍ୟାଗତ ଭାବରେ, ପାକିସ୍ତାନ ସେନାର ୫୨ ପ୍ରତିଶତ କର୍ମଚାରୀ ପଞ୍ଜାବର, ୨୦.୫୨ ପ୍ରତିଶତ ସିନ୍ଧ, ୧୬.୨୮ ପ୍ରତିଶତ ଖାଇବର ପଖତୁନଖ୍ୱା, ୬.୦୪ ପ୍ରତିଶତ ବେଲୁଚିସ୍ତାନ ଏବଂ ୨.୫୪ ପ୍ରତିଶତ ପିଓକେ ଓ ଗିଲଗିଟ-ବାଲ୍ଟିସ୍ତାନରୁ ଅଛନ୍ତି। ପାକିସ୍ତାନ ସେନାର ୩.୫୨ ପ୍ରତିଶତ କର୍ମୀ ହିନ୍ଦୁ କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟର। ପାକିସ୍ତାନ ସେନାରେ ରାୱଲପିଣ୍ଡି, ଝେଲମ୍, ଆଟକ୍ ଓ ସୁକ୍କୁର ଜିଲ୍ଲାର ଦବଦବା ରହିଛି। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଓ ମିଲିଟାରୀ ଇଣ୍ଟେଲିଜେନ୍ସ ମୂଖ୍ୟ ୱାଜିଦ୍ ଅଜିଜ୍ ମଧ୍ୟ ରାୱଲପିଣ୍ଡିର ବାସିନ୍ଦା ।

ଅଧିକ ପଢ଼ନ୍ତୁ---ଜାହ୍ନବୀ କଣ୍ଡୁଲାଙ୍କ ପରିବାରକୁ ମିଳିବ ୨୬୨ କୋଟି ଟଙ୍କାର କ୍ଷତିପୂରଣ ;୨୦୨୩ରେ ଆମେରିକା ପୁଲିସ କାର୍‌ ଧକ୍କାରେ ହୋଇଥିଲା ମୃତ୍ୟୁ

ତଥ୍ୟକୁ ନେଇ ଉଠାଗଲା ପ୍ରଶ୍ନ?

କ୍ଷେତ୍ରଫଳ ଅନୁସାରେ ବଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ। ବଲୁଚିସ୍ତାନର ଜନସଂଖ୍ୟା ପ୍ରାୟ ୧.୫କୋଟି। ସେହିପରି ଖାଇବର ପଖତୁନଖ୍ୱା ୪କୋଟି ଜନସଂଖ୍ୟା ବିଶିଷ୍ଟ ଏକ ବଡ଼ ପ୍ରଦେଶ। ରାଜଧାନୀ ଇସଲାମାବାଦର ଜନସଂଖ୍ୟା ପ୍ରାୟ ୧ କୋଟି, କିନ୍ତୁ ଏଠାକାର ବାସାନ୍ଦାମାନଙ୍କୁ ସେନାରେ ଅଧିକାସଂ ସ୍ଥାନ ମିଳେନାହିଁ। ଏହା ପଛରେ ତିନୋଟି ପ୍ରମୁଖ କାରଣ ଅଛି

୧. ପାକିସ୍ତାନରେ ସେନାର ପ୍ରାଧାନ୍ୟ ରହିଛି। ଏହା ସରକାରଙ୍କୁ ମଧ୍ୟ ନିୟନ୍ତ୍ରଣ କରେ। ପାକିସ୍ତାନରେ ସମସ୍ତ କ୍ଷମତା ସେନା ହାତରେ ଅଛି ।

୨. ବଲୁଚିସ୍ତାନ ଓ ଖାଇବର ପ୍ରଦେଶରେ ସେନା ବିରୁଦ୍ଧରେ ବିଦ୍ରୋହ ଚାଲିଛି, ଯାହାକୁ ସେନା ତାର ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ନିୟନ୍ତ୍ରଣ କରିପାରୁନାହିଁ ।

୩. ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାମରେ ପାକିସ୍ତାନ ସେନା ଖାଇବର ଓ ବଲୁଚିସ୍ତାନରେ ମନଇଚ୍ଛା କାର୍ଯ୍ୟାନୁଷ୍ଠାନ ନେଉଛି ।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଵାଜା ଆସିଫ୍ କହିଥିଲେ, ପାକିସ୍ତାନ ସେନାରେ ସହିଦ ଯବାନଙ୍କୁ ସମ୍ମାନ ମିଳେନାହିଁ। ସହିଦଙ୍କ ଶେଷକୃତ୍ୟରେ ନେତା ମନ୍ତ୍ରୀ ସାମିଲ ହୁଅନ୍ତି ନାହିଁ କି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତି ନାହିଁ, ଯାହା ଅତ୍ୟନ୍ତ ନିନ୍ଦନୀୟ ।