କନକ ବ୍ୟୁରୋ: ପହଲଗାମ ଆତଙ୍କୀ ଆକମ୍ରଣକୁ ନେଇ ଉତ୍ତେଜନା ଭିତରେ ସତ ମାନିଲା ପାକିସ୍ତାନ । ୨୦୧୯ ପୁଲୱାମା ଆତଙ୍କୀ ହମଲାରେ ୪୦ ଯବାନଙ୍କ ମୃତ୍ୟୁ ପଛରେ ପାକିସ୍ତାନର ସମ୍ପୃକ୍ତି ଥିବା ମାନିଛି । ପାକିସ୍ତାନର ଏୟାର ଭାଇସ ମାର୍ସଲ ଔରାଙ୍ଗଜେବ ଅହମ୍ମଦ କହିଛନ୍ତି ପୁଲୱାମା ଆକ୍ରମଣ ପାକିସ୍ତାନର ଏକ ରଣକୌଣଳ ଥିଲା । ଏକ ସମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଏୟାର ଭାଇସ ମାର୍ସଲ ତଥା ପାକିସ୍ତାନୀ ବାୟୁସେନାର ପିଆର ଡାଇରେକ୍ଟର ଜେନେରାଲଙ୍କ ଏଭଳି କହିଛନ୍ତି ।   ଏଭଳି ବୟାନ ପରେ ପାକିସ୍ତାନର ଅସଲ ମୁଖା ସାମ୍ନାକୁ ଆସିଛି । ୨୦୧୯ ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ସମ୍ପୃକ୍ତି ନଥିବା ନେଇ ସଫେଇ ଦେଇଆସୁଥିଲା ପାକିସ୍ତାନ ସରକାର । ଏବେ ପାକିସ୍ତାନର ଏୟାର ଭାଇସ ମାର୍ସଲ ଏଭଳି ବୟାନ ପରେ ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । ଔରାଙ୍ଗଜେବ ଅହମ୍ମଦ କହିଛନ୍ତି, ଯଦି ପାକିସ୍ତାନର ଜଳ, ସ୍ଥଳ, ଆକାଶ ଉପରକୁ ବିପଦ ଆସିବ, ତେବେ ଏଥିରେ କୌଣସି ବୁଝାମଣା ହୋଇପାରିବ ନାହିଁ ।