କନକ ବ୍ୟୁରୋ: ପୁଣି ଆମେରିକା ଯିବେ ପାକିସ୍ତାନ ସେନାମୁଖ୍ୟ ଆସିମ ମୁନିର । ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ଦୁଇ ମାସରେ ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି । ପୂର୍ବରୁ ଜୁନରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟି ହ୍ୱାଇଟ ହାଉସରେ ମଧ୍ୟାହ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ। ଏବେ ସେ ଫ୍ଲୋରିଡାର ଟାମ୍ପାରେ ସେଣ୍ଟକମ କମାଣ୍ଡର ଜେନେରାଲ ମାଇକେଲ କୁରିଲାଙ୍କ ଅବସର ସମାରୋହରେ ଯୋଗ ଦେବେ। ଜେନେରାଲ କୁରିଲା ଆତଙ୍କବାଦ ବିରୋଧରେ ପାକିସ୍ତାନର ଭୂମିକାକୁ ପ୍ରଶଂସା କରିଥିଲେ । ଏହି ଗସ୍ତ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ହେଉଛି। ସେପଟେ ଏହି ସମୟରେ ପାକିସ୍ତାନର ପିଟିଆଇ ଦଳ ୱାଶିଂଟନରେ ବିକ୍ଷୋଭ କରିଛି। ତେବେ ମୁନିରଙ୍କ ଏହି ଗସ୍ତ ଆଞ୍ଚଳିକ ରାଜନୀତି ଓ ଆମେରିକାର ନୀତି ଉପରେ ନୂଆ ପ୍ରଶ୍ନ ଉଠାଇଛି ।
ପୁଣି ଆମେରିକାମୁହାଁ ପାକିସ୍ତାନ: ଦୁଇ ମାସରେ ଦ୍ବିତୀୟ ଥର ପାଇଁ ଆମେରିକା ଯିବେ ପାକ୍ ସେନା ମୁଖ୍ୟ
ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ଦୁଇ ମାସରେ ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି । ପୂର୍ବରୁ ଜୁନରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟି ହ୍ୱାଇଟ ହାଉସରେ ମଧ୍ୟାହ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ। ଏବେ ସେ ଫ୍ଲୋରିଡାର ଟାମ୍ପାରେ ସେଣ୍ଟକମ କମାଣ୍ଡର ଜେନେରାଲ ମାଇକେଲ କୁରିଲାଙ୍କ ଅବସର ସମାରୋହରେ ଯୋଗ ଦେବେ।
/kanak/media/media_files/2025/08/07/ss-2025-08-07-15-05-54.jpg)