' ଭାରତ ଚମକୁଥିବା ମର୍ସିଡିଜ୍, ପାକିସ୍ତାନ ବାଲିଗୋଡ଼ି ବୋଝେଇ ଟ୍ରକ୍ ' : ଆସିମ୍ ମୁନୀରଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌

Advertisment

ପାକିସ୍ତାନକୁ ପରୋକ୍ଷରେ ଶାସନ କରୁଥିବା ସେନା ମୁଖ୍ୟ ମୁନୀର ନିଜର ସାମ୍ପ୍ରତିକ ଆମେରିକା ଗସ୍ତ ସମୟରେ ଭାରତକୁ "ଚମକୁଥିବା ମର୍ସିଡିଜ୍" ଏବଂ ନିଜ ଦେଶକୁ "ଡମ୍ପ୍ ଟ୍ରକ୍" ସହିତ ତୁଳନା କରିଥିଲେ ।

ପାକିସ୍ତାନକୁ ପରୋକ୍ଷରେ ଶାସନ କରୁଥିବା ସେନା ମୁଖ୍ୟ ମୁନୀର ନିଜର ସାମ୍ପ୍ରତିକ ଆମେରିକା ଗସ୍ତ ସମୟରେ ଭାରତକୁ "ଚମକୁଥିବା ମର୍ସିଡିଜ୍" ଏବଂ ନିଜ ଦେଶକୁ "ଡମ୍ପ୍ ଟ୍ରକ୍" ସହିତ ତୁଳନା କରିଥିଲେ ।

43

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ କେତେ ପାର୍ଥକ୍ୟ ରହିଛି, ତାହା ପାକିସ୍ତାନ ସେନା ସହିତ ସେଠାକାର ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ଚାଳିତ ସରକାରକୁ ମଧ୍ୟ ଭଲ ଭାବେ ଜଣା । ପାକିସ୍ତାନ ସେନା ମୁଖ୍ୟ ଆସିମ୍ ମୁନୀର ନିକଟରେ ଖୋଲାଖୋଲି ଭାବେ ସ୍ୱୀକାର କରିଥିଲେ ଯେ ନୂଆଦିଲ୍ଲୀ ତୁଳନାରେ ଇସଲାମାବାଦର ବର୍ତ୍ତମାନର ସ୍ଥିତି କେତେ ଲଜ୍ଜାଜନକ । ଏବେ ମୁନୀରଙ୍କ ଏହି ସ୍ୱୀକାରୋକ୍ତିକୁ ପାକିସ୍ତାନର ଶେହବାଜ ସରିଫ ସରକାର ମଧ୍ୟ ସମର୍ଥନ କରୁଥିବା ପରି ମନେହେଉଛି । ପାକିସ୍ତାନକୁ ପରୋକ୍ଷରେ ଶାସନ କରୁଥିବା ସେନା ମୁଖ୍ୟ ମୁନୀର ନିଜର ସାମ୍ପ୍ରତିକ ଆମେରିକା ଗସ୍ତ ସମୟରେ ଭାରତକୁ "ଚମକୁଥିବା ମର୍ସିଡିଜ୍" ଏବଂ ନିଜ ଦେଶକୁ "ଡମ୍ପ୍ ଟ୍ରକ୍" ସହିତ ତୁଳନା କରିଥିଲେ ।

ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ସମୟରେ ମୁନୀରଙ୍କ ନେତୃତ୍ୱକୁ ପ୍ରଶଂସା କରି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ୍ ନକଭୀ କହିଛନ୍ତି ଯେ ଫିଲ୍ଡ ମାର୍ଶଲ ଯୁଦ୍ଧ ସମୟରେ ମେ' ମାସରେ ପାକିସ୍ତାନ ଗସ୍ତରେ ଆସିଥିବା ଏକ ସାଉଦି ପ୍ରତିନିଧି ମଣ୍ଡଳୀ ସମ୍ମୁଖରେ ମଧ୍ୟ ଏହିପରି ତୁଳନା କରିଥିଲେ।
ନକଭୀ ଏଠାରେ ଏହା ମଧ୍ୟ ମିଥ୍ୟା ଦାବି କରିଛନ୍ତି ଯେ କୌଣସି ଭାରତୀୟ କ୍ଷେପଣାସ୍ତ୍ର ପାକିସ୍ତାନର କୌଣସି ପ୍ରମୁଖ ସାମରିକ ସାଟେଲାଟ୍‌କୁ ଲକ୍ଷ୍ୟ କରିପାରିନାହିଁ । କିନ୍ତୁ ସାଟେଲାଇଟ୍ ଇମେଜ୍ ଭଳି ସାର୍ବଜନୀନ ଭାବେ ଉପଲବ୍ଧ ପ୍ରମାଣ ଏହାର ସତ୍ୟତା ବୟାନ କରୁଛି ।

ଆମେରିକାରେ କ’ଣ କହିଥିଲେ ମୁନୀର?

ଗତ ସପ୍ତାହରେ ଫ୍ଲୋରିଡାରେ ଏକ ରାତ୍ରୀ ଭୋଜନରେ କହିବା ସମୟରେ ମୁନୀର ଦୁଇ ଦେଶକୁ ତୁଳନା କରିଥିଲେ । ସେ କହିଥିଲେ, "ମୁଁ ପରିସ୍ଥିତିକୁ ବୁଝାଇବା ପାଇଁ ଏକ ସାଧାରଣ ଉଦାହରଣ ବ୍ୟବହାର କରିବାକୁ ଯାଉଛି... ଭାରତ ଏକ ଚମକୁଥିବା ମର୍ସିଡିଜ୍ ଯାହା ଫେରାରୀ ଭଳି ହାଇୱେରେ ଆସୁଛି, କିନ୍ତୁ ଆମେ ବାଲିଗୋଡ଼ିରେ ଭର୍ତ୍ତି ଏକ ଡମ୍ପ୍ ଟ୍ରକ୍ । ଯଦି ଟ୍ରକ୍ କାରକୁ ଧକ୍କା ଦିଏ, ତେବେ କ୍ଷତି କାହାର ଅଧିକ ହେବ?"

ନୂଆଦିଲ୍ଲୀ ଏବଂ ଇସଲାମାବାଦ ବିଷୟରେ ସେ ଦେଇଥିବା ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଖୁବ୍ ପରିହାସ କରାଯାଇଥିଲା । ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ କହିଥିଲେ ଯେ ମୁନୀର ନିଜ ଦେଶକୁ ହିଁ ଏକ ଅଳିଆ ଗାଡ଼ି ବୋଲି ସ୍ୱିକାର କରିଛନ୍ତି । ଆଉ ଭାରତ ଚମକୁଥିଲା ଏବଂ ସବୁବେଳେ ଚମକୁଥିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe