ଭାରତ ଡରରେ ବଙ୍କର ଭିତରେ ଲୁଚିଛନ୍ତି ପାକ୍ ଆର୍ମି ଚିଫ୍ ! ସେପଟେ ପାକ୍ ସୈନ୍ୟ ଚାକିରି ଛାଡୁଥିବା ନେଇ ଚର୍ଚ୍ଚା

ମଙ୍ଗଳବାର ଭାରତ ସରକାର କରିଛନ୍ତି ୪ଟି ବଡ ବୈଠକ । ଏହାପରେ ପାକିସ୍ତାନରେ କୋକୁଆ ଭୟ । ଏଭଳି ସ୍ଥିତିରେ ପାକ୍ ଆର୍ମି ଚିଫ୍ ଜେନେରାଲ ଆସିମ୍ ମୁନୀର ବଙ୍କର ଭିତରେ ଯାଇ ଲୁଚିଥିବା ଚର୍ଚ୍ଚା ହେଉଛି । 

ଅଦ୍ୟତନ ହୋଇଛି
ପାକ୍ ଆର୍ମି ଚିଫ୍

ପାକ୍ ଆର୍ମି ଚିଫ୍ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ମଙ୍ଗଳବାର ଭାରତ ସରକାର କରିଛନ୍ତି ୪ଟି ବଡ ବୈଠକ । ଏହାପରେ ପାକିସ୍ତାନରେ କୋକୁଆ ଭୟ । ନିଦରୁ ଉଠି ବିଳିବିଳେଇଲା ଭଳି ପାକ୍ ମନ୍ତ୍ରୀ କହୁଛନ୍ତି,  ଯେକୌଣସି ମୁହୂର୍ତ୍ତରେ ଭାରତ କରିପାରେ ଆକ୍ରମଣ । ପାକିସ୍ତାନରେ ଯୁଦ୍ଧର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏଭଳି ସ୍ଥିତିରେ ପାକ୍ ଆର୍ମି ଚିଫ୍ ଜେନେରାଲ ଆସିମ୍ ମୁନୀର ବଙ୍କର ଭିତରେ ଯାଇ ଲୁଚିଥିବା ଚର୍ଚ୍ଚା ହେଉଛି । 

ସୂଚନା ମୁତାବକ, ପହଲଗାମରେ ହୋଇଥବା ଆତଙ୍କୀ ଆକ୍ରମଣରେ ରହିଛି ପାକ୍ ସେନାର ସମ୍ପୃକ୍ତି  । ଏହି ଆକ୍ରମଣକୁ ନେଇ ପାକିସ୍ତାନ ଭିତରେ ହିଁ ବିରୋଧର ସ୍ବର ଉଠିଲାଣି । ସାମ୍ବାଦିକଙ୍କଠାରୁ ନେଇ ଅବସରପ୍ରାପ୍ତ ସୈନିକ ପାକ୍ ସେନା ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ମୁନୀରଙ୍କ ଉତ୍ତେଜନାମୂଳକ ଭାଷଣ ଆଜି ପାକିସ୍ତାନ ପାଇଁ କାଳ ହୋଇଛି ବୋଲି ସେଠିକାର ନାଗରିକ କହୁଛନ୍ତି । ମୁନୀର, ଜେନେରାଲ ଜିୟା ଉଲ ହକଙ୍କୁ ଅନୁସରଣ କରୁଥିବା କୁହାଯାଉଛି ।

୧୯୮୦ ଦଶକରେ ପାକ୍ ସେନାର ବରିଷ୍ଠ ସେନାଧିକାରୀ, ତଥା ରାଜନେତା କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆତଙ୍କବାଦ ଦ୍ବାରା ଭାରତରେ ଅସ୍ଥିରତା ଆଣିବାକୁ ଚଳାଇଥିଲେ ’ଅପରେସନ୍ ଟୋପୈକ୍’ ଅଭିଯାନ। ଆଜି ମୁନୀର ମଧ୍ୟ ତାଙ୍କରି ବାଟରେ ଚାଲୁଥିବା କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe