ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣା : ଗଲାଣି ଶତାଧିକ ଜୀବନ , ତାଲିବାନର ଧମକ ଯେକୌଣସି ସମୟରେ ନେବୁ ପ୍ରତିଶୋଧ

Advertisment

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣାରେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି ।   ପାକ୍ ବାୟୁସେନାର ପ୍ରବଳ ବୋମାମାଡ଼ ଯୋଗୁ ପକ୍‌ତିକା ପ୍ରଦେଶରେ ୪୬ ଜଣ ଆଫଗାନ୍ ନାଗରିକଙ୍କ ମୃତ୍ୟୁ ହୋଇଛି  ।

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣାରେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି ।   ପାକ୍ ବାୟୁସେନାର ପ୍ରବଳ ବୋମାମାଡ଼ ଯୋଗୁ ପକ୍‌ତିକା ପ୍ରଦେଶରେ ୪୬ ଜଣ ଆଫଗାନ୍ ନାଗରିକଙ୍କ ମୃତ୍ୟୁ ହୋଇଛି  ।

pakistan 5

pakistan 5 Photograph: (pakistan 5)

କନକବ୍ୟୁରୋ : ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣାରେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି ।   ପାକ୍ ବାୟୁସେନାର ପ୍ରବଳ ବୋମାମାଡ଼ ଯୋଗୁ ପକ୍‌ତିକା ପ୍ରଦେଶରେ ୪୬ ଜଣ ଆଫଗାନ୍ ନାଗରିକଙ୍କ ମୃତ୍ୟୁ ହୋଇଛି  ।  ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି। ମଙ୍ଗଳବାର ରାତି ଅଧିଆ ପଡୋଶୀ ଆଫଗାନିସ୍ତାନର କିଛି ତାଲିବାନ ଠିକଣା ଉପରେ ଆକ୍ରମଣ କରିଥିଲା ପାକିସ୍ତାନ ।   ପାକିସ୍ତାନର ଏହି ଆକ୍ରମଣରେ ତାଲିବାନର ଅନେକ ଆଡ୍ଡା ନଷ୍ଟ ହୋଇଛି ।

ସୀମାବର୍ତ୍ତୀ ଅଞ୍ଚଳ ପାକ୍ତିକା ପ୍ରାନ୍ତର ବରମଲ ଜିଲ୍ଲାରେ ଏହି ଏୟାରଷ୍ଟ୍ରାଇକ କରାଯାଇଛି  ।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଯୁଦ୍ଧବିମାନ ଏହି ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି । ଏହି ଆକ୍ରମଣର ପ୍ରତି ଜବାବ ଦିଆଯିବ ବୋଲି ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି ।  ଯେକୌଣସି ସମୟରେ ପ୍ରତିଶୋଧ ନେବୁ ବୋଲି କହିଛନ୍ତି ତାଲିବାନ୍ ଆଗ୍ୟନ୍ତରୀଣ ମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe