କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଅପରେସନ୍ ସିନ୍ଦୂର ଅଭିଯାନରେ ପାକିସ୍ତାନର ୯ଟି ଯୁଦ୍ଧ ବିମାନ ଧ୍ୱଂସ ହୋଇଥିବାର ସୂଚନା ମିଳିଛି । ମେ’ ୭ରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରରେ ଭାରତୀୟ ବାୟୁସେନା ପାକିସ୍ତାନର ବିଭିନ୍ନ ବାୟୁସେନା ଘାଟି ଉପରେ ସଠିକ୍ ଆକ୍ରମଣ କରିଥିଲା । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଭାରତୀୟ ବାୟୁସେନାର ରାଫେଲ ଓ ସୁଖୋଇ-୩୦ ଏମ୍କେଆଇ ବିମାନରୁ ସ୍କାଲ୍ପ ଓ ବ୍ରହ୍ମୋସ୍ ମିସାଇଲ ବ୍ୟବହାର କରାଯାଇ ପାକିସ୍ତାନର ଏକ ଏୟାରବର୍ଣ୍ଣ ୱାର୍ଣ୍ଣିଂ ସିଷ୍ଟମ୍ , ଏକ ସି-୧୩୦ଜେ ଟ୍ରାନ୍ସପୋର୍ଟ ବିମାନ, ଏକ ଜେଏଫ୍-୧୭ ଫାଇଟର ଜେଟ୍ ଓ ଦୁଇଟି ଏଫ୍-୧୬ ବିମାନ ଧ୍ୱଂସ କରାଯାଇଛି । ଏହା ସହ ପାକିସ୍ତାନର ନୂର ଖାନ, ସରଗୋଧା ଓ ଭୋଲାରୀ ଭଳି ପ୍ରମୁଖ ବାୟୁସେନା ଘାଟିରେ ଥିବା ରାଡାର ଓ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ମଧ୍ୟ ନଷ୍ଟ ହୋଇଛି ।
ପାକିସ୍ତାନର ୯ ଯୁଦ୍ଧ ବିମାନ ନଷ୍ଟ
ଅପରେସନ ସିନ୍ଦୂରରେ ୬ ନୁହେଁ, ପାକିସ୍ତାନର ୯ ଯୁଦ୍ଧ ବିମାନ ନଷ୍ଟ ହୋଇଛି
ପିଏଏଫ୍ର ଏଫ୍ -୧୬ଟି ଭଳି ଯୁଦ୍ଧ ବିମାନକୁ ନଷ୍ଟ କରିଛି ଭାରତ
ଭାରତର ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା
ପାକିସ୍ତାନ ବାୟୁସେନାର ଆଉ ଏକ ପ୍ରମୁଖ ସି-୧୩୦ ହର୍କୁଲେସ୍ ଯୁଦ୍ଧ ବିମାନ ବି ନଷ୍ଟ
ପାକିସ୍ତାନ ପଞ୍ଜାବ ଉପରେ ଡ୍ରୋନ୍ ଆକ୍ରମଣ ସମୟରେ ସି-୧୩୦ ହର୍କୁଲେସ୍ ନଷ୍ଟ କରାଯାଇଥିଲା
ସୂତ୍ର ଅନୁସାରେ , ସି-୧୩୦ ଲଜିଷ୍ଟିକ୍ ସପୋର୍ଟ ପାଇଁ ବ୍ୟବହୃତ ହେଉଥିଲା
ଡ୍ରୋନ୍ ଆକ୍ରମଣ ସମୟରେ ମୁଲତାନ ନିକଟରେ ଏକ ଘାଟିରେ ରଖାଯାଇଥିଲା
ଦସ୍ତାବିଜରେ ଥିବା ମାନଚିତ୍ର ଏବଂ ତଥ୍ୟ ଅନୁସାରେ, ଭାରତୀୟ ବିମାନ ଆକ୍ରମଣ...
ପେଶାୱର, ଝାଙ୍ଗ, ହାଇଦ୍ରାବାଦ (ସିନ୍ଧ), ଗୁଜରାଟ (ପଞ୍ଜାବ), ବାହାୱଲନଗର..
ଆଟକ୍ ଏବଂ ଚୋର୍ରେ ଭାରତ ଏୟାରଷ୍ଟ୍ରାଇକ୍ କରିଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/04/jy42sgOpe1Rae7wOGKzf.jpg)