କନକ ବ୍ୟୁରୋ : ଏସିଆ କପରେ ପୁଣି ଭାରତ ଠାରୁ ହାରିଲା ପାକିସ୍ତାନ । ସୁପର-୪ରେ ୬ୱିକେଟରେ ଜିତିଲା ଭାରତ । ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୭୪ ରନର ଇନିଂସ । ଶୁଭମନ ଗିଲ୍ ୪୭ ଓ ତିଳକ ବର୍ମାଙ୍କ ୩୦ ରନ୍ । ଛକା, ଚୌକା ମାରି ଦଳକୁ ବିଜୟୀ କରାଇଲେ ତିଲକ୍‌ ବର୍ମା । ଚଳିତ ଏସିଆ କପ୍‌ରେ ଭାରତ ପୁଣି ଥରେ ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି । 

Advertisment

ସୁପର୍‌-୪ ମୁକାବିଲାରେ ବିଜୟ ସହ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ନିଜ ପ୍ରାଧାନ୍ୟକୁ ଅବ୍ୟାହତ ରଖିଛି । ଭାରତ ସମ୍ମୁଖରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ଜବାବରେ ୧୮.୫ ଓଭରରେ ୬ୱିକେଟ୍ ବାକି ଥାଇ ମ୍ୟାଚ୍ ଜିତିନେଇଛି ଭାରତ । ଅଭିଷେକ ଶର୍ମା ୩୯ ବଲ୍‌ରୁ ୬ ଚୌକା, ୫ ଛକା ସହ ୭୪ ରନ୍, ଶୁବମନ ଗିଲ୍ ୨୮ ବଲ୍‌ରୁ ୮ଚୌକା ସହ ୪୭ ରନ୍, ତିଲକ ବର୍ମା୧୯ ବଲ୍‌ରୁ ୨ ଚୌକା, ୨ ଛକା ସହ ଅପରାଜିତ ଭାବେ ୩୦ରନ୍ ସଂଗ୍ରହ କରି ଦଳକୁ ବିଜୟ ଭେଟି ଦେଇଛନ୍ତି । ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ୍ କରିଥିଲା ତେବେ ୧୮.୫ ଓଭର ସୁଦ୍ଧା ଭାରତ ଏହି ମ୍ୟାଚକୁ ଜିତି ନେଇଥିବା ବେଳେ ପାକିସ୍ତାନକୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି । ଭାରତର ବିଜୟରେ ଖୁସି ମନାଇଛନ୍ତି ସମର୍ଥକ ।