କନକ ବ୍ୟୁରୋ : ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଲର୍ଟ ମୋଡରେ ଭାରତୀୟ ସେନା। ଆତଙ୍କବାଦୀଙ୍କୁ ନିପାତ କରିବାକୁ ପଣ କରିଛନ୍ତି ସେନା ଯବାନ । ଆଉ ଏଥିପାଇଁ ଚାଲିଛି କାଶ୍ମୀର ଘାଟିରେ ଅପରେସନ । କୁହାଯାଉଛି, ଦିଲ୍ଲୀରୁ ନିର୍ଦ୍ଦେଶ ମିଳିବା ମାତ୍ରେ ପାକିସ୍ତାନର ଭୌଗଳିକ ସ୍ଥିତିକୁ ବଦଳାଇବାକୁ ଅପେକ୍ଷା କରିଛନ୍ତି ସେନା ଯବାନ। ପିଓକେ ଓ ସୀମା ସେପାରି ପାକିସ୍ତାନରେ କେତୋଟି ଆତଙ୍କବାଦୀଙ୍କ ଆଡ୍ଡା ରହିଛି ତାହାର ହିସାବ ନିକାଶ କରି ସାରିଲାଣି ସେନା ।
ସେନା ଟାର୍ଗେଟରେ ଆତଙ୍କୀ କ୍ୟାମ୍ପ
- ପିଓକେରେ ଆତଙ୍କବାଦୀଙ୍କ ୪୨ଟି କ୍ୟାମ୍ପ ଚିହ୍ନଟ କରିଛି ସେନା
- ଦିଲ୍ଲୀରୁ ନିର୍ଦ୍ଦେଶ ମିଳିବା ମାତ୍ରେ ଗୁପ୍ତ ଅପରେସନ ଜରିଆରେ ଏହାକୁ ଧ୍ବଂସ କରାଯିବ
- ବାଲାକୋଟ ଏୟାରଷ୍ଟ୍ରାଇକ ଭଳି ଅପରେସନ କରିବାକୁ ଚାହୁଁଛି ସେନା
- ୪୨ ଆତଙ୍କୀ ଆଡ୍ଡା ମଧ୍ୟରୁ ୧୦ଟି ନର୍ଥ ପୀର ପଞ୍ଜାଲ ରେଞ୍ଜରେ ରହିଛି
- ୩୨ଟି ଆତଙ୍କୀ ଆଡ୍ଡା ସାଉଥ ପୀର ପଞ୍ଜାଲ ରେଞ୍ଜରେ ରହିଛି
- ପିଓକେରେ ମୋଟ ୧୧୦ରୁ ୧୩୦ଟି ଆତଙ୍କୀ ଲଞ୍ଚ ପ୍ୟାଡ ରହିଛି
- ନର୍ଥ ପୀର ପଞ୍ଜାଳରେ ୩୦ରୁ ୩୫ ଆତଙ୍କୀ ଲଞ୍ଚ ପ୍ୟାଡ ରହିଛି
- ପିଓକେରେ ସାଉଥ ପୀର ପଞ୍ଜାଲ ରେଞ୍ଜରେ ପ୍ରାୟ ୧୦୦ ଆତଙ୍କୀ ଲଞ୍ଚପ୍ୟାଡ ରହିଛି
- ଏହି ଲଞ୍ଚପ୍ୟାଡ ଜରିଆରେ ଭାରତକୁ ଅନୁପ୍ରବେଶ କରିଥାନ୍ତି ଆତଙ୍କବାଦୀ