କନକ ବ୍ୟୁରୋ : ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ଆମେରିକାର ମଧ୍ୟସ୍ଥତାକୁ ନେଇ ବଡ଼ ଖବର । ପାକିସ୍ତାନର ବିଦେଶ ମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ , ଅପରେସନ ସିନ୍ଦୂର ସମୟରେ ଯୁଦ୍ଧବିରତି ପ୍ରସ୍ତାବ ଆମେରିକା ଦେଇଥିଲା ହେଲେ ଭାରତ ଏଥିରେ ରାଜି ହୋଇନଥିଲା । ଦାର୍‌ ଆହୁରି କହିଛନ୍ତି ,ଭାରତ କୌଣସି ମଧ୍ୟସ୍ଥତାକୁ ଚାହୁନଥିଲା । ଭାରତ ଆମେରିକାକୁ ଯୁଦ୍ଧ ସମୟରେ ଏହା ଦ୍ବିପାକ୍ଷିକ ମାମଲା କହି ଆମେରିକାର ପ୍ରସ୍ତାବକୁ ଗ୍ରହଣ କରିନଥିଲା । କଥାବାର୍ତ୍ତା ପାଇଁ ଅନେକ ଥର ଭାରତ ସହ ଆମେ ଚେଷ୍ଟା କରିଥିଲୁ ହେଲେ ଭାରତ ଶୁଣିନଥିଲା ।

Advertisment

ଭାରତ ମାନିନଥିଲା ଟ୍ରମ୍ପଙ୍କ ପ୍ରସ୍ତାବ: ପାକିସ୍ତାନ
-ଭାରତ ଯୁଦ୍ଧରେ ତୃତୀୟ ପକ୍ଷର ମଧ୍ୟସ୍ଥତାରେ ସହମତି ପ୍ରକାଶ କରିନଥିଲା
-ପାକିସ୍ତାନ ଅନେକ ଥର ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଥିଲା
-ଆମେରିକାରେ ରୁବିଓଙ୍କୁ ଭେଟିଥିଲେ ଇଶାକ୍ ଦର 
-ରୁବିଓ କହିଥିଲେ, ଦ୍ବିପାକ୍ଷିକ ମାମଲା କହି ଭାରତ ତୃତୀୟ ପକ୍ଷକୁ ଚାହୁନଥିଲା
-ଯୁଦ୍ଧରେ ଆମେ ତୃତୀୟ ପକ୍ଷର ସମ୍ପୃକ୍ତିରେ ବିଚଳିତ ନଥିଲୁ, ହେଲେ ଭାରତ ଦ୍ବିପାକ୍ଷିକ ମାମଲା କହିଆସୁଛି
-କଥାବାର୍ତ୍ତାରେ ଆମେ ଆଗକୁ ବଢ଼ିବାକୁ ଚାହୁଥିଲୁ