ଆତଙ୍କବାଦୀ ଶିବିରକୁ ଜଗିଛି ପାକ୍ ସେନା ; ଜୈସ୍ - ଏ- ମହମ୍ମଦ ଶିବିର ଜଗିଛି ପାକିସ୍ତାନ ସେନା

ଆତଙ୍କବାଦୀ ଶିବିରକୁ ଜଗିଛି ପାକ୍ ସେନା ; ଜୈସ୍ - ଏ- ମହମ୍ମଦ ଶିବିର ଜଗିଛି ପାକିସ୍ତାନ ସେନା । ଗଣମାଧ୍ୟମରେ ଚର୍ଚ୍ଚା

pak Army

pak Army Photograph: (KanakNews)

କନକ ବ୍ୟୁରୋ: ଭାରତୀୟ ବାୟୁସେନାର  ଘମାଘୋଟ ଆକ୍ରମଣ ପରେ ନିପାତ ହୋଇଛନ୍ତି ୯୦ରୁ ଅଧିକ ଆତଙ୍କୀ । ଏହାପରେ ସେମାନଙ୍କ ଶିବିରକୁ ଜଗିଛି ପାକ୍ ସେନା । ଜୈସ୍ - ଏ- ମହମ୍ମଦ ଶିବିରକୁ ଜଗିଛନ୍ତି ପାକ୍ ଯବାନ୍ । ଏବେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା । 

ଗତକାଲି ମୃତ ଆତଙ୍କୀଙ୍କୁ ଅନ୍ତିମ ସଂସ୍କାର କରିବାକୁ ଶ୍ମଶାନ ନେବାବେଳକୁ ସେମାନଙ୍କ ମୃତଦେହକୁ କାନ୍ଧ ଦେଇଥିଲେ ପାକ୍ ଯବାନ୍ । ଏପରିକି ସେମାନଙ୍କ ଶେଷକୃତ୍ୟ ସମୟରେ ସେଠାରେ କିଛି ପାକ୍ ସେନାଧିକାରୀ ଉପସ୍ଥିତ ରହି କାନ୍ଦିବାର ଦେଖିବାକୁ ମିଳିଥିଲା । ଏହି ଘଟଣାରୁ ପାକିସ୍ତାନର ମିଛ ଧରାପଡିଛି । ପ୍ରକୃତରେ ପହଲଗାମ୍ ଆକ୍ରମଣ ପଛରେ ଯେ ପାକିସ୍ତାନର ହାତ ଅଛି ଏହା ପାଖାପାଖି ସ୍ପଷ୍ଟ ହୋଇଥିବା କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe