ଆପଣ କ୍ରିକେଟରଙ୍କ ଲାଇଫଷ୍ଟାଇଲ୍ ବିଷୟରେ ଉଣାଅଧିକ ତ ଜାଣିଥିବେ । କେମିତି ଗୋଟିଏ ଖେଳରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି କ୍ରିକେଟର୍ । ଆଉ ଯଦି କଥା ଆସେ ବିରାଟ୍ କୋହଲିଙ୍କର ତାହେଲେ ତ ଟଙ୍କାର ବର୍ଷା ହୁଏ କହିଲେ କିଛି ଭୁଲ୍ ହେବନି । କୋହଲି କ୍ରିକେଟରୁ କୋଟି କୋଟି ଟଙ୍କା ଆୟ କରନ୍ତି । ଏତଦବାଦ୍ ଅନେକ ବ୍ରାଣ୍ଡ୍ , ଇଭେଣ୍ଟ୍ , ସୋସିଆଲ୍ ମିଡିଆରୁ ମଧ୍ୟ ବିରାଟଙ୍କ ବହୁତ ଭଲ ରୋଜଗାର ହୁଏ । ତାଙ୍କର ଏକ ରେଷ୍ଟୁରାଣ୍ଟ୍ ମଧ୍ୟ ରହିଛି ଯାହାର ନାଁ One8 Commune । ହାଇଦ୍ରାବାଦରେ ଥିବା ବିରାଟ୍ କୋହଲିଙ୍କ ଏହି ରେସ୍ତୋରାଁରେ ଖାଦ୍ୟପେୟର ଦାମ୍ କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।
/kanak/media/media_files/2025/01/14/qEr1QnWrub0WpROe9NvF.jpg)
ବିରାଟଙ୍କ ରେସ୍ତୋରାଁରେ ସ୍ନେହା ନାମକ ଜଣେ ଛାତ୍ରୀ ସ୍ବିଟ୍ କର୍ଣ୍ଣ ଅର୍ଡର କରିଥିଲେ ଯେଉଁଥିପାଇଁ ତାଙ୍କୁ ୫୨୫ ଟଙ୍କାର ବିଲ୍ ପଇଠ କରିବାକୁ ପଡ଼ିଛି । ଛାତ୍ରୀ ଏହାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଯେଉଁଥିରେ ପ୍ଲେଟରେ କଟା ହୋଇ ରଖାଯାଇଥିବା ମକା ଅଛି ଯାହାକୁ ଲେମ୍ବୁ ଏବଂ ଧନିଆପତ୍ରରେ ଗାର୍ନିସିଂ କରାଯାଇଛି । ବଜାରରେ ୨୦ ରୁ ୫୦ ଟଙ୍କା ଭିତରେ ମିଳୁଥିବା ଏହି ସ୍ବିଟ୍ କର୍ଣ୍ଣ One8 Commune ରେସ୍ତୋରାଁରେ ୧୦ ରୁ ୧୨ ଗୁଣ ଅଧିକ ଦାମ୍ ରେ ବିକ୍ରି ହେଉଥିବାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/01/14/e8JypP3GUq7D25dSzYdL.png)