ଝୁଲି ଝୁଲି ଆସିଲା ନଟନାଗର । ଆଗ ବଡ଼ ଭାଇ ଭଉଣୀଙ୍କୁ ପଠାଇ ଦେଇ ଶେଷରେ ଆସିଲେ ପ୍ରଭୁ ଜଗନ୍ନାଥ ।
ବଡ଼ ଠାକୁର ଏବଂ ମା’ ସୁଭଦ୍ରାଙ୍କ ପରେ ପହଣ୍ଡିରେ ଆସିଲେ କାଳିଆ ଠାକୁର । ମହାପ୍ରଭୁ ଜଗନ୍ନାଥଙ୍କର ଏହି ଝଲକ ଟିକେ ପାଇବା ପାଇଁ ଚାତକ ଭଳି ଚାହିଁ ରହିଥିଲେ ଭକ୍ତମାନେ ।
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ ।
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଥିଲା, କେତେବେଳେ ମହାପ୍ରଭୁ ଜଗନ୍ନାଥ ବଡ଼ ଦାଣ୍ଡକୁ ଆସିବେ ? ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ଭକ୍ତଙ୍କ ଗହଣକୁ ଆସିଛନ୍ତି ମହାପ୍ରଭୁ ।
କାଳିଆର ପହଣ୍ଡି ବିଜେ ବେଳେ ସତେ ଯେମିତି ସ୍ୱୟଂ ଇନ୍ଦ୍ର ମର୍ତ୍ତ୍ୟଲୋକକୁ ଓହ୍ଲାଇ ଆସିଥିଲେ । ବଡ଼ଦାଣ୍ଡରେ ମେଘର ଆସର ।
ତିନି ରଥରେ ବିରାଜମାନ କଲେ ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ, ଏଥର ଆଗକୁ ଗଡ଼ିବ ରଥ ।
Follow Us