କନକ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶ୍ନ୍ୟା ଦ୍ୱିବେଦୀ ରବିବାର ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ ବର୍ଜନ କରିବାକୁ ଆହ୍ୱାନ କରିଛନ୍ତି । ଐଶ୍ନ୍ୟା ଦ୍ୱିବେଦୀ ଲୋକମାନଙ୍କୁ ଟେଲିଭିଜନରେ ମଧ୍ୟ ମ୍ୟାଚ୍ ନ ଦେଖିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ମୁଁ ଲୋକମାନଙ୍କୁ ଏହାକୁ ବର୍ଜନ କରିବାକୁ ଅନୁରୋଧ କରୁଛି । ଏହାକୁ ଦେଖିବାକୁ ଯାଆନ୍ତୁ ନାହିଁ ଏବଂ ଏଥିପାଇଁ ଆପଣଙ୍କର ଟିଭି ମଧ୍ୟ ଚାଲୁ କରନ୍ତୁ ନାହିଁ । 

Advertisment

ଐଶ୍ନ୍ୟା ଦ୍ୱିବେଦୀ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)କୁ ସମାଲୋଚନା କରି କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କ ପରିବାର ପ୍ରତି ବୋର୍ଡ ସମ୍ବେଦନଶୀଳ ନୁହେଁ । ଦ୍ୱିବେଦୀ କହିଛନ୍ତି ଯେ ବିସିସିଆଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଗ୍ରହଣ କରିବା ଉଚିତ୍ ନୁହେଁ । ମୁଁ ଭାବୁଛି ବିସିସିଆଇ ସେହି ୨୬ ପରିବାର ଏବଂ ଅପରେସନ୍ ସିନ୍ଦୂରର ସହିଦମାନଙ୍କ ପ୍ରତି ଭାବପ୍ରବଣ ନୁହେଁ । ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶ୍ନ କରି ସେ ଦାବି କରିଛନ୍ତି ଯେ କିଛି କ୍ରିକେଟର୍ ବ୍ୟତୀତ ଅନ୍ୟ କୌଣସି କ୍ରିକେଟର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ବର୍ଜନ କରିବାକୁ ଆଗେଇ ଆସି ନାହାଁନ୍ତି । କୁହାଯାଏ ଯେ କ୍ରିକେଟର୍ ରାଷ୍ଟ୍ରବାଦୀ। ଜଣେ କିମ୍ବା ଦୁଇଜଣ କ୍ରିକେଟର୍ ବ୍ୟତୀତ, କେହି ଆଗକୁ ଆସି କହିଲେ ନାହିଁ ଯେ ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉଚିତ । ବିସିସିଆଇ ସେମାନଙ୍କୁ ବନ୍ଧୁକ ମୁନରେ ଖେଳିବାକୁ ବାଧ୍ୟ କରିପାରିବ ନାହିଁ । ସେମାନେ ନିଜ ଦେଶ ପାଇଁ ଠିଆ ହେବା ଉଚିତ। କିନ୍ତୁ ସେମାନେ ଏପରି କରୁନାହାଁନ୍ତି ।