କନକ ବ୍ୟୁରୋ : ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱର ଇଶାଣୀ ଗ୍ରାମରେ ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଆଜି ନିଜ ଗ୍ରାମରେ ପହଂଚିଛି । ସାରା ଗାଁ ଶୋକରେ ବୁଡିଛି, ଆଉ ପ୍ରଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶେଷ ଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ କିଛି ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶେଷ ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ନିଜେ ଭାବବିହ୍ୱଳ ହୋଇପଡିଥିଲେ । ମୁଖ୍ୟମନ୍ତ୍ରୀ ଏଭଳି ବର୍ବର କାଣ୍ଡକୁ କଡା ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି କି, ପ୍ରଶାନ୍ତଙ୍କ ପତ୍ନୀଙ୍କ ପାଇଁ ସରକାରୀ ଚାକିରିର ବ୍ୟବସ୍ଥା କରାଯିବ ।
ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା । ବାଲେଶ୍ୱରର ଇଶାଣୀ ଗାଁରେ ପହଂଚିଲା ପ୍ରଶାନ୍ତଙ୍କ ମରଶରୀର, ଶେଷ ଦର୍ଶନ ପାଇଁ ପହଂଚିଲେ ମୁଖ୍ୟମନ୍ତ୍ରୀ
ସାରା ଗାଁ ଶୋକରେ ବୁଡିଛି, ଆଉ ପ୍ରଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶେଷ ଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ କିଛି ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
/kanak/media/media_files/2025/04/24/YIHpytMlypjzUDBOhijb.jpg)