ପାକିସ୍ତାନୀ ପାରା-କମାଣ୍ଡୋରୁ ଆତଙ୍କବାଦୀ ; ପହଲଗାମ୍ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ନେଇ ଖୁଲାସା

ଖୋଲୁଛି ଆତଙ୍କୀସ୍ତାନର ମୁଖା । ପାକିସ୍ତାନ ସେନାର ପୂର୍ବତନ କମାଣ୍ଡର ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀ ହାସିମ ମୂଷା । ଲସ୍କର ଏ ତୋୟବାର ଆତଙ୍କୀ ମୁଣ୍ଡରେ ରହିଛି ୨୦ଲକ୍ଷ ଟଙ୍କାର ଇନାମ ରାଶି । 

mastermind

mastermind Photograph: (KanakNews)

କନକ ବ୍ୟୁରୋ: ପହଲଗାମ୍ ଆକ୍ରମଣର ମୁଖ୍ୟ ଖଳନାୟକ ପାକିସ୍ତାନୀ ଆତଙ୍କବାଦୀ ପୂର୍ବତନ ପାରା-କମାଣ୍ଡୋ। ପହଲଗାମ୍ ଆତଙ୍କୀ ହମଲା ପଛରେ ପୂର୍ବତନ ପାକିସ୍ତାନୀ ପାରା-କମାଣ୍ଡୋ । କମାଣ୍ଡୋ ଟ୍ରେନିଂ ପାଇଥିବା ହସିମ ମୂଷା ମୁଖ୍ୟ ଖଳନାୟକ । ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସରେ ନେଇଛି ସ୍ବତନ୍ତ୍ର ଟ୍ରେନିଂ । ସ୍ପେଶାଲ ସର୍ଭିସ ଗ୍ରୁପ ପାକିସ୍ତାନ ସେନାର ଏଲିଟ୍‌ ସ୍ପେଶାଲ ଫୋର୍ସ । ସୁରକ୍ଷାବାହିନୀର ଯାଞ୍ଚରୁ ମୂଷାର ଭୂମିକା ସ୍ପଷ୍ଟ । ସେନାରୁ ଟ୍ରେନିଂ ପାଇଥିବା ହସିମ ଲସ୍କର-ଇ-ତୋଇବାର ହାର୍ଡକୋର ଆତଙ୍କବାଦୀ । ସମସ୍ତ ପ୍ରକାର ରଣକୌଶଳରେ ପାରଙ୍ଗମ ମୂଷା । କଠୋର ତାଲିମ ଜରିଆରେ ନିଜକୁ ପ୍ରସ୍ତୁତ କରିଛି ମୂଷା । ପ୍ଲାନିଂ, ଅସ୍ତ୍ର ଯୋଗାଣ, ଟାର୍ଗେଟ ସିଲେକ୍ସନଠୁ ନେଇ ସବୁକିଛି ଦେଖୁଥିଲା ହସିମ ମୂଷା । ହସିମ ନାଁରେ ରହିଛି ୬୦ ଲକ୍ଷର ମୁଣ୍ଡ ଜାମିନ । ୨୦୨୩ ସେପ୍ଟେମ୍ବରରେ କାଶ୍ମୀର ଭ୍ୟାଲିରେ ପ୍ରବେଶ କରିଥିଲା ମୂଷା । ବୁଦଗାଓଁ ଅଧିକ ସକ୍ରିୟ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe