କନକ ବ୍ୟୁରୋ : ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଏଥିରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ପାଇଁ ଉମାର ଅବଦୁଲ୍ଲା ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିଜନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଗରୁତର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ସାମାନ୍ୟ ଆହତଙ୍କ ପାଇଁ ଜମ୍ମୁ-କାଶ୍ମୀର ସରକାର ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
ସେପଟେ ଉମାର ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା କରିବା ନିର୍ଦ୍ଦୋଷ ନାଗରିକଙ୍କ ବିରୋଧରେ ବର୍ବର ଓ ମୁର୍ଖତାପୂର୍ଣ୍ଣ ଆକ୍ରମଣ ମୋତେ ଗଭୀର ବ୍ୟଥିତ କରିଛି ବୋଲି କହିଛନ୍ତି । ଜମ୍ମୁ-କାଶ୍ମୀର ସିଏମଓ ତରଫରୁ କୁହାଯାଇଛି କି ପୀଡିତଙ୍କୁ ସେମାନଙ୍କ ଘରେ ପହଂଚାଇବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି । ଆହତଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି । ଆତଙ୍କବାଦ ଆମ ସଂକଳ୍ପକୁ କେବେ ବି ଭାଙ୍ଗି ପାରିବ ନାହିଁ । ଆମେ ସେପର୍ଯ୍ୟନ୍ତ ଶାନ୍ତିରେ ନିଶ୍ୱାସ ନେବୁ ନାହିଁ, ଯେ ପର୍ଯ୍ୟନ୍ତ ଏହି ଆକ୍ରମଣ ପଛରେ ଥିବା ଲୋକଙ୍କୁ ନ୍ୟାୟାଳୟର କାଠଗଡା ଭିତରେ ଠିଆ ନକରାଇଛୁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ।